www.samajalive.in
Monday, December 8, 2025
24.1 C
Bhubaneswar

ମହିଳା ଟି-୨୦ ବିଶ୍ବକପ : ଥାଇଲାଣ୍ଡକୁ ୭ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍

ପର୍ଥ: ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଚଳିତ ବିଶ୍ବକପରେ ପ୍ରଥମଥର ସ୍ଥାନ ପାଇଥିବା ଥାଇଲାଣ୍ଡକୁ ୭ ୱିକେଟରେ ହରାଇ ଚଳିତ ମହିଳା ଟି-୨୦ ବିଶ୍ବକପର ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ୍। ଚଳିତ ବର୍ଷ ପ୍ରଥମଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଥାଇଲ୍ୟାଣ୍ଡ ଟସ୍ ଜିତିବା ସହ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଥାଇଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୭୮ ରନ୍ କରିଥିଲା। ଥାଇଲାଣ୍ଡ ପକ୍ଷରୁ ନାନ୍ନାପଟ କୋନଚାରେନେକାଇ ୩୩ ରନ୍ କରିଥିବା ବେଳେ ଏନ୍ ଚାଇୱାଇ ୧୩ ରନ୍ର ଇନିଂସ ଖେଳିଥିଲେ। ତେବେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଥାଇଲାଣ୍ଡ ପକ୍ଷରୁ ଦିଆଯାଇଥିବା ୭୯ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବା ସହ ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ୭ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମେ ୨୭ ରନ୍ରେ ୩ ୱିକେଟ ହରାଇଥିଲେ ମଧ୍ୟ ଦଳର କ୍ୟାପଟେନ ଷ୍ଟିପେନ ଟେଲର ଓ କ୍ୟାମ୍ବେଲ ଦଳକୁ ଆଉ କୌଣସି କ୍ଷତି ଘଟାଇବାକୁ ନଦେଇ ୭ ୱିକେଟରେ ବିଜୟ କରାଇଥିଲେ। ଷ୍ଟିପେନ ଟେଲର(୨୬) ଓ ଶେମେନ କ୍ୟାମ୍ବେଲ(୨୫) ରନ୍ କରି ଅପରାଜିତ ରହିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories