www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାଦିଷ୍ଟ ପାଳଙ୍ଗ ଡ଼ାଲି

ଆବଶ୍ୟକ ସାମଗ୍ରୀ
ମସୁର ଡ଼ାଲି – ୨କପ
ପାଳଙ୍ଗ ଶାଗ – ୧କପ
ମେଥି ଶାଗ – ଅଳ୍ପ
ପିଆଜ –୧କପ (କଟା ହୋଇଥିବା)
ଟମାଟୋ – ୧କପ (କଟା ହୋଇଥିବା)
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ- ଅଳ୍ପ
କଞ୍ଚା ଲଙ୍କା – ୪ଟି
ଲୁଣ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା – ଅଳ୍ପ
ଅଦା ରସୁଣ ବଟା – ୪ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କୁକର ବସାଇ ଏଥିରେ ମସୁର ଡ଼ାଲି, ପାଳଙ୍ଗ ଶାଗ, ମେଥି ଶାଗ ହଳଦୀ ଗୁଣ୍ଡ, ଲୁଣ, ପାଣି ପକାଇ ସିଝାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଜିରା, ପିଆଜ, ଅଦାରସୁଣ ବଟା, ଲୁଣ ପକାଇ କଷନ୍ତୁ। କିଛି ସମୟ କଷିବା ପରେ ପୁଣି ଟମାଟୋ ପକାଇ କଷନ୍ତୁ। ଏବେ ଏଥିରେ ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ ପକାଇ ଗୋଳାନ୍ତୁ। ଏବେ ଏଥିରେ ସିଝାଇ ଥିବା ମିଶ୍ରଣକୁ ପକାଇ ୫ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପାଳଙ୍ଗ ଡ଼ାଲି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories