www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ : ଏପରି କେତେକ ଖାଦ୍ୟ ଯାହା ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ

ଖାଦ୍ୟ ଖାଇବାର କିଛି ନିୟମ ରହିଛି। ଠିକ୍‍ ସମୟରେ ଠିକ ଭାବେ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇଲେ, ଏହା ଆମ ଶରୀର ପାଇଁ ହିତକାରକ।
ମହୁ –
ଖାଲି ପେଟରେ ଏକ ଗ୍ଲାସରେ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହା ଆମ ଶରୀରର ଖୁବ୍‍ ଉପକାର କରିଥାଏ। ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ। ଏକ ଗ୍ଲାସ ପାଣିରେ ସାମାନ୍ୟ ଲେମ୍ବୁ ସହ ମହୁ ମିଶାଇ ପିଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।
କାଜୁ, ପେସ୍ତା ବାଦାମ, ବାଦାମ –
ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ବହୁ ଉପକାର ମିଳିଥାଏ। ଏହା ଦ୍ୱାରା ଆମର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ଗଜାମୁଗ ବା ଗଜାବୁଟ –
ଏଥିରେ ଅଧିକ ପରିମାଣରେ ପ୍ରୋଟିନ, କ୍ୟାଲସିୟମ ଆଦି ରହିଛି। ଏହାକୁ ସକାଳେ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ହାଡ଼କୁ ସୁସ୍ଥ ରଖେ ଓ ହାଡ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ରୁଟି –
ଅଟାରେ ରୁଟି ପ୍ରସ୍ତୁତ ହୋଇଥିବାରୁ ଏହାକୁ ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ହଜମ କ୍ରିୟାକୁ ମଧ୍ୟ ସଠିକ୍‍ ରଖିଥାଏ। ମାତ୍ର ଖାଲି ପେଟରେ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
ତରଭୁଜ –
ଏଥିରେ ଅଧିକ ଜଳୀୟଅଂଶ ଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ ଓ ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ବ୍ରାଉନ ବ୍ରେଡ଼ –
ଏହା ଅଟାରେ ପ୍ରସ୍ତୁତ ହୋଇଥିବାରୁ , ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ ବହୁ ଭିଟାମିନ ଯୋଗାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories