www.samajalive.in
Saturday, December 6, 2025
26.1 C
Bhubaneswar

ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକତା କାରଣରୁ ପ୍ରସିଦ୍ଧ ଏହି ପର୍ଯ୍ୟଟନସ୍ଥଳୀ 

ଭ୍ରମଣ ପାଇଁ ଲୋକେ ନିଜ ପସନ୍ଦ ସହ କେତେକ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକତା କାରଣରୁ ଆକର୍ଷିତ ହୋଇ ବୁଲିବାକୁ ଯାଇଥାଆନ୍ତି। ସେଭଳି କେତେକ ସ୍ଥାନ ବିଷୟରେ ଜାଣନ୍ତୁ। ଉତ୍ତରପ୍ରଦେଶ ଏକ ପ୍ରସିଦ୍ଧ ସ୍ଥାନ ରହିଛି, ଯାହା ନିଜ ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ୱର ପ୍ରତୀକ ବୋଲି ମାନ୍ୟତା ରହିଛି। ତେଣୁ ଏହା ଖୁବ ପ୍ରସିଦ୍ଧ । ଉତ୍ତରପ୍ରଦେଶ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନିଜର ଐତିହାସିକତା କାରଣରୁ ମଧ୍ୟ ବେଶ ପ୍ରସିଦ୍ଧ। ଜାଣନ୍ତୁ ଏଠାକାର କେତେକ ପ୍ରସିଦ୍ଧ ସ୍ଥାନ ମାନଙ୍କ ବିଷୟରେ ….
ଉତ୍ତର ପ୍ରଦେଶ ଆସିଲେ ଆପଣ ଲକ୍ଷ୍ନୌ ବୁଲିପାରିବେ। ଏହା ଉତ୍ତରପ୍ରଦେଶର ରାଜଧାନୀ ଅଟେ। ଏଠାକାର ଚାଲିଚଳନ ଓ ଖାଦ୍ୟପେୟ ପର୍ଯ୍ୟଟକଙ୍କ ମନରେ ଏହି ସ୍ଥାନ ପ୍ରତି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଏ। ଭ୍ରମଣ ପାଇଁ ମଧ୍ୟ ଏଠାରେ ବହୁ ସ୍ଥାନ ରହିଛି।
ଉତ୍ତର ପ୍ରଦେଶ ଆସିଲେ ଆପଣ ବନାରସ ମଧ୍ୟ ବୁଲିପାରିବେ। ବନାରସକୁ ଭାରତର ଧର୍ମ ନଗରୀ ମଧ୍ୟ କୁହାଯାଏ। ଏଠାକୁ ଆସିଲେ ସଭିଏଁ ଭକ୍ତିର ଭାବରେ ନିଜକୁ ହଜାଇ ଦେଇଥାଆନ୍ତି। ଗଙ୍ଗା ନଦୀ ନିକଟରେ ଥିବା ଏହି ସ୍ଥାନ ନିଜର ଏକ ସାସ୍କୃତିକ ଭାବନାର ପରିଚୟ ଦେଇଥାଏ। ଏଠାରେ ଆପଣ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏହା ଛଡ଼ା ଆପଣ ଏଠାରେ ଅନ୍ୟାନ୍ୟ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ।

ଆପଣଙ୍କୁ ଯଦି ଭଗବାନ କୃଷ୍ଣଙ୍କ ସହର ଦେଖିବାକୁ ଇଚ୍ଛା ତେବେ ମଧୁରା ନିଶ୍ଚୟ ଯାଆନ୍ତୁ। ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ଏଠାକାର ପ୍ରତ୍ୟେକ ସ୍ଥାନରେ ରାଧାକୃଷ୍ଣଙ୍କ ବାସ ରହିଛି ବୋଲି କୁହାଯାଏ। ଏଠାରେ ଆପଣ ପ୍ରଭୁ କୃଷ୍ଣଙ୍କ ଜନ୍ମଭୂମି ମନ୍ଦିର, ଦ୍ୱାରିକାଧୀଶ ମନ୍ଦିର, ଜାମା ମସଜିଦ, କୁସୁମ ସରୋବର, ରାଧା କୁଣ୍ଡ, କୃଷ୍ଣ କିଲା ଆଦି ଦେଖିପାରିବେ।

- Advertisement -

ମୁଖ୍ୟତଃ ଭଲପାଇବାର ପ୍ରତୀକ ‘ତାଜମହଲ’କୁ ଦେଖିବା ପାଇଁ ଏଠାକୁ ପର୍ଯ୍ୟଟକ ସୁଅ ଛୁଟିଥାଏ। ଆଗ୍ରାର ନାମ ଆସିଲେ ତାଜମହଲର କଥା ହିଁ ପ୍ରଥମେ ସଭିଁଙ୍କ ମନକୁ ଆସିଥାଏ। ଏହାର ସୌନ୍ଦର୍ଯ୍ୟ ଏତେ ଅଧିକ ଯେ, ଏହା ପ୍ରତି ସଭିଏଁ ବେଶ ଆକୃଷ୍ଟ ହୋଇଥାଆନ୍ତି। ଦୁନିଆର କୋଣ ଅନୁକୋଣରୁ ବହୁ ଲୋକେ ଏହି ସ୍ଥାନକୁ ଆସି ନିଜକୁ ଏକ ସ୍ୱତନ୍ତ୍ର ଦୁନିଆରେ ହଜାଇ ଦେଇଥାଆନ୍ତି।

ଆଗ୍ରାରେ ଆପଣ ଆଗ୍ରା ଫୋର୍ଟ, ଫତେହପୁର ସିକରୀ, ଆରାମ ବାଗ, ଖାସ ମସଲ ଏବଂ ମେହତାବ ବାଗ ଆଦି ସ୍ଥାନକୁ ମଧ୍ୟ ବୁଲିବା ପାଇଁ ଯାଇପାରିବେ।

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories