www.samajalive.in
Thursday, December 11, 2025
15.1 C
Bhubaneswar

ବୁଧବାର ରାଶିଫଳ (୧୯.୦୨.୨୦୨୦)

ମେଷ: କାର୍ଯ୍ୟ ଧୀରେ ସୁସ୍ଥେ ଚାଲିବା ଜନସେବାରେ ନିୟୋଜିତ ହୋଇପାରନ୍ତି। ଅଧିକ କ୍ଷମତା ହାତକୁ ଆସିବ। ତା’ର ସଦ୍‌ବ୍ୟବହାର କରି ଜନ ସମାଜର ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣି ପାରନ୍ତି।

ବୃଷ: ଅସୁବିଧାରେ ପଡ଼ି ଦୁଃଖ, କଷ୍ଟ ଭୋଗିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ। ରାଜନୀତି କ୍ଷେତ୍ରରେ ବିଚକ୍ଷଣ ହେବେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ବିଖ୍ୟାତ କାର୍ଯ୍ୟ କରି ଜନପ୍ରିୟ ହେବେ। ସତ୍‌ପଥଗାମୀ ହେବେ।

- Advertisement -

ମିଥୁନ: କର୍ମକ୍ଷେତ୍ରରେ ବିଜୟ ଲାଭ କରିବେ। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

କର୍କଟ: କର୍ମକ୍ଷେତ୍ରରେ ଅଗ୍ରଗାମୀ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।

ସିଂହ: ଯାହା କରିବାକୁ ଇଚ୍ଛା, ତାହା ଶୀଘ୍ର କରନ୍ତୁ। ବିଦ୍ୟାଭାଷୀ ହୋଇପାରନ୍ତି। ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ସୁ ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍‌ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।

କନ୍ୟା: ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଶତ୍ରୁ ବୃଦ୍ଧିର ଆଶଙ୍କା ଅଛି। ମିଷ୍ଟଭାଷୀ ହେବେ। କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ହୋଇ ପାରେ। ସୁସ୍ଥ ରହିବେ। ସମ୍ମାନିତ ହେବେ।

ତୁଳା: ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନ କରି ମାନସିକ ଶାନ୍ତି ଫେରି ପାଇବେ। ସରକାରୀସ୍ତରରୁ ଲାଭ ଉଠାଇବେ।

ବିଛା: ଅର୍ଥ ପାଇଁ ବିବାଦ ଉପୁଜି ପାରେ। ମନ ବିଷାଦିତ ହେବେ। ସ୍ବଇଚ୍ଛାରେ କିଛି ନକରି ପରାମର୍ଶ ନେଇ କାର୍ଯ୍ୟ କରିବାକୁ ହେବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଯେତେ ଅଭାବ ଦେଖା ଦେଲେ ମଧ୍ୟ ନୀତି ଭ୍ରଷ୍ଟ ନ ହୋଇ ନୀତିନିଷ୍ଠ ହେବେ।

ଧନୁ: ଜନ ମାନସରେ ଶ୍ରଦ୍ଧା-ସ୍ନେହ ଆପଣଙ୍କ ଉପରେ ରହିବ। ଆୟ ଉତ୍ତମ ଧରଣର ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

ମକର: ଶୁଭକାର୍ଯ୍ୟ ହାତକୁ ନେଇ ଖର୍ଚ୍ଚାନ୍ତ ହେବେ। ବିବାଦୀୟ ବିତର୍କରେ ଭାଗ ନନେଇ ନିରବ ଦର୍ଶକ ହେବା ଆପଣଙ୍କ ପକ୍ଷେ ଭଲ ହେବ। ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିବା ସହିତ ଭ୍ରାତୃଭାବ ଅତୁଟ ରଖିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।

କୁମ୍ଭ: ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଲୋକପ୍ରିୟତା ବୃଦ୍ଧି ହେବ।

ମୀନ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ର ଉଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟ ଲାଭ କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories