ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କଳ୍ପନା ଛକରେ ରବିବାର ଜଣେ ଯୁବତୀଙ୍କୁ ଅସଦାଚାରଣ କରିଥିବା ଘଟଣାରେ ସମ୍ପକ୍ତ ଏସ୍ଏସ୍ବି ପୁଲିସ ପ୍ରମୋଦ ବେହେରାଙ୍କୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁଯାୟୀ, ପ୍ରମୋଦ ବେହେରା ସ୍ପଶାଲ୍ ସିକ୍ୟୁରିଟି ବାଟାଲିୟନ୍(ଏସ୍ଏସ୍ବି) କାର୍ଯ୍ୟ କରନ୍ତି। ଆଜି ସେ କଳ୍ପନା ଛକରେ ଜଣେ ଯୁବତୀଙ୍କୁ ପିଛା କରିଥିଲା। ପରେ ସେ ତାଙ୍କୁ ଟଣାଓଟରା କରିବାକୁ ଚେଷ୍ଟା କରିଥିଲା। ଏହା ଜାଣିପାରି ଯୁବତୀ ଜଣକ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ସମ୍ପୃକ୍ତ ପ୍ରମୋଦଙ୍କୁ କାବୁ କରିନେଇଥିଲେ। ପରେ ଯୁବତୀ ଜଣକ ଗୋଇଠା ପରେ ଗୋଇଠା ମାରିଥିଲେ। ଏପରିକି ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ମହିଳା ମଧ୍ୟ ପ୍ରମୋଦଙ୍କୁ ମାଡ଼ ମାରିଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦଙ୍କୁ ଉଦ୍ଧାର କରିଥିଲା।



