www.samajalive.in
Friday, December 12, 2025
23.1 C
Bhubaneswar

ପ୍ୟୁଜନ ମାଇକ୍ରୋଫାଇନାନ୍ସ ଡକାୟତି ଘଟଣା : ୬ ଗିରଫ, ଜଣେ ଫେରାର

ଖଡିଆଳ : ନୂଆପଡା ଜିଲା ଖଡିଆଳ ପୁଲିସକୁ ବଡ ସଫଳତା ମିଳିଛି। ଶନିବାର ଖଡିଆଳ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ୫ ଜଣ ଡକାୟତ ଏବଂ ଡକାୟତି ମୋବାଇଲ କିଣିଥିବା ଜଣେ ବ୍ୟକ୍ତି ଏପରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଡକାୟତ ଫେରାର ମାରିଥିବା ନେଇ ସୂଚନାଦେଇଛନ୍ତି।

ସୂଚନା ଅନୁଯାୟୀ,  ଚଳିତ ମାସ ୧ ତାରିଖ ଖଡିଆଳ ମହୋତ୍ସବ ଦିନର ଅପରାହ୍ନ ସମୟରେ ୨ ଜଣ ଡକାୟତ ଖଡିଆଳ ସହରର ଶାନ୍ତିନଗରପଡା ଠାରେ ଥିବା ପ୍ୟୁଜନ ମାଇକ୍ରୋଫାଇନାନ୍ସ ନାମକ ପ୍ରାଇଭେଟ ସଂସ୍ଥାକୁ ଯାଇ ଖବର ସଂଗ୍ରହ କରିଥିଲେ। ସେମାନେ ପ୍ରଥମେ ଏକ ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ଆସିଥିବା ବେଳେ ସେମାନଙ୍କୁ ଗୃପ ଋଣ ପ୍ରଦାନ ପାଇଁ ମ୍ୟାନେଜରଙ୍କୁ କହି ଅଫିସର ସ୍ଥିତି, ଟଙ୍କା ରଖାଯାଇଥିବା ଆଲମାରୀ ଉପରେ ନଜର ଦେଇଥିଲେ। ସେଠାରୁ ଫେରି ସନ୍ଧ୍ୟା ସମୟରେରେ ୬ ଜଣ ଡକାୟତ ୨ଟି ବାଇକରେ ଏହି ପ୍ୟୁଜନ ମାଇକ୍ରୋଫାଇନାନ୍ସ ପ୍ରାଇଭେଟ ସଂସ୍ଥାରେ ଡକାୟତି କରିଥିଲେ।

- Advertisement -

୬ ଜଣ ଡକାୟତ ୨ଟି ବାଇକରେ ଆସିଥିଲେ।  ଡକାୟତ ଦୁଇ ଜଣ ଗାଡିକୁ ଷ୍ଟାଟରେ ରଖି ବାହାରେ ଛିଡା ହୋଇଥିବା ବେଳେ ୪ ଜଣ ଡକାୟତ ଅଫିସ ଭିତରକୁ ପଶିଥିଲେ। ସେମାନେ ପ୍ରଥମେ ବ୍ରାଞ୍ଚର ମ୍ୟାନେଜରଙ୍କୁ ବାଡି ଏବଂ ଲୁହା ରଡରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇ ତଲେ ପକାଇ ଦେଇଥିଲେ। ପରେ ସେମାନେ ସ୍କୃଡ୍ରାଇଭର ସହାୟତାରେ ଆଲମାରୀକୁ ଖୋଳି ଆଲମାରୀରୁ ୩ ଲକ୍ଷ ୩୪ ହଜାର ଟଙ୍କା ନେଇ ଫେରାର ମାରିଥିଲେ। କିନ୍ତୁ ଆଲମାରୀରେ ଥିବା ଅନ୍ୟ ୩ ଲକ୍ଷ ୯୩ ହଜାର ୬୧୧ ଟଙ୍କାକୁ ନେଇ ପାରିନଥିଲେ। ଏହି ଡକାୟତ ମାନେ ୨ଟି ମୋବାଇଲକୁ ମଧ୍ୟ ନେଇ ଯାଇଥିଲେ। ସେମାନେ ଡକାୟତି କରିଥିବା ଟଙ୍କାକୁ ଧରି ସିନାପାଲି ଦେଇ କୁରସୁଡ ଗ୍ରାମ ପାଖରେ ଥିବା ଏକ ସ୍ଥାନରେ ଭାଗବଣ୍ଟା କରିଥିଲେ। ପ୍ରତିଜଣ ଡକାୟତ ୪୫ ହଜାର ଟଙ୍କା ଭାଗ ନେଇଥିଲେ। ୨ଚୋରୀ ମୋବାଇଲ ମଧ୍ୟରୁ ଗୋଟିଏ ମୋବାଇଲକୁ ଭାଙ୍ଗି ପୋଖରୀରେ ପକାଇ ଦେଇ ସେଠାରୁ ସେମାନେ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଅନ୍ୟ ଗୋଟିଏ ମୋବାଇଲ ଟିଟିଲାଗଡର ଜଣେ ବ୍ୟକ୍ତି ବ୍ୟବହାର କରୁଥିଲେ। ପୁଲିସ ଏହି ମୋବାଇଲକୁ ଟ୍ରାକ କରି ଡକାୟତିରେ ସଂପୃକ୍ତ ଥିବା ଡକାୟତ ମାନଙ୍କୁ ଗିରଫ କରିବାରେ ସହାୟତା ପାଇଥିଲା। ଏହି ଡାକୟତି ଘଟଣାରେ କେସିଙ୍ଗା ଥାନାଞ୍ଚଳର ୩ ଜଣ, ମୁନିଗୁଡା ଥାନାଞ୍ଚଳର ୨ ଜଣ ଏବଂ ଟିଟିଲାଗଡ ଥାନାଞ୍ଚଳର ୨ ଜଣ ଡକାୟତ ସାମିଲ ରହିଥିବା ବେଳେ ଏହି ଡକାୟତ ମାନଙ୍କ ନାମରେ ପୂର୍ବରୁ କେସିଙ୍ଗା, ମୁନିଗୁଡା, ଗୋଲାମୁଣ୍ଡା, ଟିଟିଲାଗଡ, ଭବାନୀପାଟଣା ମାମଲା ରହିଥିବା ନେଇ ସୂଚନା ମିଳିଛି। ପୁଲିସ ଡକାୟତ ମାନଙ୍କ ଠାରୁ ନଗଦ ୧ ଲକ୍ଷ ୮୮ ହଜାର ୧୬୦ ଟଙ୍କା, ଚୋରୀ ମୋବାଇଲ ଗୋଟିଏ, ୨ ଗୋଟି ବାଇକ, ଡକାୟତ ମାନଙ୍କ ୪ ଗୋଟି ମୋବାଇଲକୁ ଜବତ କରିଥିବା ନେଇ ସୂଚନା ଦେଇଛନ୍ତି। ଏହି ଡକାୟତି ଘଟଣାରେ ମାଷ୍ଟର ମାଇଣ୍ଡ ଭାବରେ ବଲାଙ୍ଗୀର ଜିଲା ଠାର ବ୍ରାଞ୍ଚରେ କାମ କରୁଥିବା ଗୋକୁଲେଶ୍ୱର ଗ୍ରାମର ଜଣେ ଯୁବକ ବୋଲି ପ୍ରକାଶ କରିଛି। ପୁଲିସ ୩୪/୨୦୨୦ ରେ ଏକ ମାମଲା ରୁଜୁ କରି ୫ ଜଣ ଡକାୟତଏବଂ ଡକାୟତି ମୋବାଇଲ ବ୍ୟବହାରକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖଡିଆଳ ଏସଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ ଡକାୟତିର ସୂଚନା ଦେଇଥିବା ବେଳେ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ, ପୁଲିସ ସବଇନିସପେକ୍ଟର ଜିତୁମୋହନ ବେଶ୍ରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଦୀପ ପାଢୀ, ପି. କେ. ସିନ୍ଦୁର ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ସାମିଲ ଥିଲେ।

 

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories