www.samajalive.in
Thursday, December 11, 2025
23.1 C
Bhubaneswar

ଭାଲେଣ୍ଟାଇନ ଡେ’ରେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବ କମିସନରେଟ ପୁଲିସ

ଭୁବନେଶ୍ବର : ଦିନକ ପରେ ପାଳନ ହେବ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ। ଏହାକୁ ନେଇ ଯୁବପିଢ଼ିଙ୍କ ଭିତରେ ପ୍ରବଳ ଉତ୍ସାହ। ଏହି ଦିବସ ପାଳନ କରିବାକୁ ଏବେଠାରୁ ପ୍ରେମୀଯୁଗଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟତଃ ପାର୍କ, ସିନେମା ହଲ୍‌, ହୋଟେଲ୍‌ ପ୍ରଭୃତିରେ ଏହି ଦିନକୁ ସ୍ବତନ୍ତ୍ର କରିବା ଲାଗି ପ୍ରେମୀଯୁଗଳ କେତେ କ’ଣ ଯୋଜନା କରିଛନ୍ତି। ବର୍ଷକୁ ଥରେ ଏହି ଦିବସ ଆସୁଥିବାରୁ ଏହି ସମୟରେ ବେଶ୍‌ ଦୁଇ ପଇସା କମାଇବା ପାଇଁ ବ୍ୟବସାୟୀ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି।

ଏହା ବିଦେଶୀ ପରମ୍ପରା ହୋଇଥିବାରୁ ପ୍ରତିବର୍ଷ ଏହି ଦିବସ ପାଳନକୁ ବିଭିନ୍ନ ସଂଗଠନ ବିରୋଧ କରିଥାଆନ୍ତି। ଆଇନଶୃଙ୍ଖଳା ପରିସ୍ଥିତ ଉପୁଜିଥାଏ। ଏହାକୁ ଦୃଷ୍ଟି‌େ‌ର ରଖି କମିସନ​‌ରେଟ ପୁଲିସ ପକ୍ଷରୁ କୌଣସିପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ବ୍ୟାପକ ପ୍ରସ୍ତୁତ କରାଯାଇଛି। ‌ଯେଭଳି ସହରରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ଓ ପ୍ରେମୀଯୁଗଳ ସ୍ବାଧୀନ ଭାବେ ଦିବସ ପାଳନ କରିପାରିବେ ସେଥିପାଇଁ ପୁଲିସ ବ୍ୟାପକ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ପାର୍କ, ସପିଙ୍ଗ୍‌ ମଲ୍‌ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପର୍ଯ୍ୟାପ୍ତ ପରିମାଣର ପୁଲିସ ମୁତୟନ କରାଯିବ ବୋଲି ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories