www.samajalive.in
Thursday, December 11, 2025
23.1 C
Bhubaneswar

ଭାରତ ଗସ୍ତରେ ଆସି ବିଶ୍ବର ସର୍ବବୃହତ ଷ୍ଟାଡିୟମ ଉଦ୍‌ଘାଟନ କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନ ସସ୍ତ୍ରୀକ ଭାରତ ଗସ୍ତରେ ଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ଗୁଜରାତର ଅହମ୍ମଦାବାଦଠାରେ ‘କେମ୍‌ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଟ୍ରମ୍ପ ସ୍ଥାନୀୟ ମୋଟେରାଠାରେ ପୁନର୍ନିର୍ମିତ ସର୍ଦାର ପଟେଲ ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ ଓ ସେଠାରେ ହଷ୍ଟନ୍‌ର ‘ହାଓ ଡି ମୋଦୀ’ ଶୈଳୀରେ ‘କେମ୍‌ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ୧ଲକ୍ଷ ୨୫ହଜାର ଜନତା ଉପସ୍ଥିତ ରହିବା ବ୍ୟବସ୍ଥା ହୋଇଛି। ପୂର୍ବରୁ ମୋଟେରା ଷ୍ଟାଡିୟମରେ ୫୩ହଜାର ଦର୍ଶକ ବସିବା କ୍ଷମତା ରହିଥିଲା। ଏବେ ଏହାକୁ ୧୦୦ନିୟୁତ ଡଲାର ବ୍ୟୟରେ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ ଭାବେ ନିର୍ମାଣ କରାଯାଇଛି ଓ ଏହାର କ୍ଷମତା ୧ଲକ୍ଷ ୨୫ହଜାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାକୁ ଏକାଧିକ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ କରାଯାଇଛି। ଟ୍ରମ୍ପଙ୍କ ଗସ୍ତ ପାଇଁ ଷ୍ଟାଡିୟମ ନିକଟରେ ଏକ ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି। ଷ୍ଟାଡିୟମକୁ ଯାଇଥିବା ରାସ୍ତାର ମଧ୍ୟ ନବୀକରଣ କରାଯାଇଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories