www.samajalive.in
Monday, December 8, 2025
24.1 C
Bhubaneswar

‘କରୋନା’ ଭୟରେ ଆତ୍ମହତ୍ୟା କରିଦେଲେ ବ୍ୟକ୍ତି…ପରେ ଜଣାପଡ଼ିଲା ଆକ୍ରାନ୍ତ ନ ଥିଲେ

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ଏବେ ସାରା ବିଶ୍ଵକୁ ଚିନ୍ତାରେ ପକାଇଛି। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ୧୧୦୦ ଟପିଗଲାଣି। ଚୀନରେ ଏହା ମହାମାରୀ ରୂପ ନେଇସାରିଲାଣି। କରୋନାକୁ ନେଇ ଭାରତୀୟମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। କିଛିଦିନ ତଳେ କେରଳରେ ୩ ଜଣ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଥିଲେ। ତେବେ କରୋନାକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଭୟରେ ଆତ୍ମହତ୍ୟା କରିଛନ୍ତି। ଏହାର କାରଣ ବି ଆଶ୍ଚର୍ଯ୍ୟଜନକ। ନିଜ ପରିବାର ଏବଂ ଗାଁ ଲୋକଙ୍କୁ ‘କରୋନା’ ଭୂତାଣୁରୁ ରକ୍ଷା କରିବା ଲାଗି ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ନ ଥିଲେ। ଏଭଳି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲାରେ।

ଗାଁର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ କାଶ ସହିତ ଥଣ୍ଡା ଜ୍ଵର ହୋଇଥିଲା। ତାଙ୍କ ଲକ୍ଷଣ ତାଙ୍କୁ ସନ୍ଦେହରେ ପକାଇବାରୁ ସେ ଡାକ୍ତରଙ୍କୁ ଭେଟିଥିଲେ। ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇ ନ ଥିବା କହିଥିଲେ। କିନ୍ତୁ ଡାକ୍ତର ତାଙ୍କୁ କୌଣସି ସଂକ୍ରମଣରୁ ବର୍ତ୍ତିବା ଲାଗି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ମାତ୍ର ବ୍ୟକ୍ତି ଜଣକ ଏହାକୁ ଠିକ୍‌ ଭାବେ ବୁଝି ନ ପାରି ସେ କରୋନାରେ ଆକ୍ରାନ୍ତ ହୋଇଥିବା ନିଜକୁ ନିଜେ ସନ୍ଦେହ କରିଥିଲେ। ଏହା ପରେ ଗାଁକୁ ଆସି ପରିବାର ଲୋକଙ୍କଠାରୁ ଅଲଗା ରହିଥିଲେ। ଗାଁ ଲୋକମାନେ ତାଙ୍କଠାରୁ ଦୂରେଇ ରହିବାକୁ ବି ସେ କହିଥିଲେ। କିନ୍ତୁ ମନ ଭିତରେ ଥିବା ଭୟ ତାଙ୍କୁ ଶାନ୍ତିରେ ରହିବାକୁ ଦେଇ ନ ଥିଲା। ତାଙ୍କ ଯୋଗୁ କାଳେ ତାଙ୍କ ପରିବାର କିମ୍ବା ଗ୍ରାମର କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବେ, ତାହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ। ଶେଷରେ ଅନ୍ୟମାନଙ୍କୁ ରକ୍ଷା କରିବା ଲାଗି ଗତ ସୋମବାର ସେ ଘର ନିକଟରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅଙ୍କଠାରୁ ସୂଚନା ମିଳିଛି। ତେବେ ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ନ ଥିବା ପରିବାର ଲୋକେ ପରେ ଜାଣିବାକୁ ପାଇଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories