ଉଦଳା : କପ୍ତିପଦା ଥାନା ଅନ୍ତର୍ଗତ ଉପରଖୁଣ୍ଚା ଗ୍ରାମରେ ଜଣେ ନବବଧୂଙ୍କୁ ଯୌତୁକପାଇଁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଭାଇ ଏନେଇ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗପରେ ଅଭିଯୁକ୍ତ ସ୍ବାମୀଙ୍କୁ କପ୍ତିପଦା ଥାନାରେ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ଭଦ୍ରକ ରାଣିତାଲର ଜଣଙ୍କୁ ପ୍ରେମ ବିବହ କରିଥିଲେ। ବାହାଘର ପରେ ଶଶୁରଘରଲୋକେ ଲକ୍ଷେ ଟଙ୍କା ମାଗିଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। କପ୍ତିପଦା ଥାନାରେ ଏତଲା ପରେ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁବରଣ କରିଥିବା ବିବାହିତା ଜଣଙ୍କ ନାବାଳିକା ଥିବା ଜଣାପଡ଼ିଛି।



