www.samajalive.in
Monday, December 8, 2025
24.1 C
Bhubaneswar

୬ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ଆଗାମୀ ମାର୍ଚ୍ଚ ମାସରେ ଲଗାତର ୬ଦିନ ବ୍ୟାଙ୍କ୍‌ ବନ୍ଦ ରହିପାରେ। ମାର୍ଚ୍ଚ ୧୧ରୁ ବ୍ୟାଙ୍କ ୟୁନିୟନଗୁଡ଼ିକ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଯଦି ଏହି ଧର୍ମଘଟ କରାଯାଏ ତେବେ ଲଗାତର ୬ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବା ନିଶ୍ଚିତ। ତେଣୁ ଏହା ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କରେ ଥିବା ସେମାନଙ୍କ ଜରୁରୀ କାର୍ଯ୍ୟ ସାରିଦେବା ଉଚିତ।

ସୂଚନା ଅନୁସାରେ, ମାର୍ଚ୍ଚ ୧୧ରୁ ଧର୍ମଘଟ କରାଗଲେ ୧୧, ୧୨ ଏବଂ ୧୩ ତାରିଖ ୩ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ। ଏହା ପୂର୍ବରୁ ୧୦ ତାରିଖରେ ହୋଲି ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିପରି ୧୪ ତାରିଖ ମାସର ଦ୍ବିତୀୟ ଶନିବାର ଏବଂ ୧୫ ତାରିଖ ରବିବାର ଯୋଗୁ ଦୁଇ ଦିନ ବ୍ୟାଙ୍କ ଛୁଟି ରହିବ। ଫଳରେ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଏହା ଫଳରେ ବହୁ କୋଟି ଟଙ୍କାର କାରବାର କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ସୂଚନାଯୋଗ୍ୟ, ବେତନ ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ବ୍ୟାଙ୍କ ୟୁନିୟନ ପକ୍ଷରୁ ଗତ ଜାନୁୟାରୀ ୩୧ରେ ଧର୍ମଘଟ କରାଯାଇଥିଲା। ସରକାର ଦାବି ଶୁଣୁ ନ ଥିବାରୁ ମାର୍ଚ୍ଚ ୧୧ରୁ ୩ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହା ସତ୍ବେ ସରକାର କୌଣସି ପଦକ୍ଷେପ ନ ନେଲେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ ବୋଲି ୟୁନିୟନଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories