www.samajalive.in
Monday, December 8, 2025
17.1 C
Bhubaneswar

ଭାଲେଣ୍ଟାଇନ୍ସ ସପ୍ତାହ : ବିଭିନ୍ନ ରଙ୍ଗ ଗୋଲାପର ଭିନ୍ନ ଅର୍ଥ

ପ୍ରେମୀ ଯୁଗଳଙ୍କ ପାଇଁ ଫେବୃଆରୀ ମାସ ଖୁବ ମହତ୍ତ୍ୱପୂର୍ଣ୍ଣ। ଏହି ମାସରେ ହିଁ ଆରମ୍ଭ ହୋଇଥାଏ ଭାଲେଣ୍ଟାଇନ୍ସ ସପ୍ତାହ। ଯେଉଁ କାରଣରୁ ପ୍ରେମୀଯୁଗଳ ଏହାକୁ ବେଶ ଖୁସିର ସହ ଅପେକ୍ଷା କରି ରହିଥାଆନ୍ତି। ୭ ଫେବୃଆରୀ ରୁ ହିଁ ଆରମ୍ଭ ହୋଇଥାଏ ଭାଲେଣ୍ଟାଇନ୍ସ ସପ୍ତାହ। ଆଜି ରୋଜ୍‍ ଡ଼େ (ଗୋଲାପ ଦିବସ । ଗୋଲାପ ଫୁଲ ନିଜେ ହିଁ ପ୍ରେମର ପ୍ରତୀକ ଭାବେ ପରିଚିତ। ତେଣୁ ସାରା ଦୁନିଆରେ ଆଜି ଠାରୁ ହିଁ ପ୍ରେମର ସପ୍ତାହ ବା ଭାଲେଣ୍ଟାଇନ୍ସ ସପ୍ତାହ ଭାବେ ଆରମ୍ଭ ହୋଇଥାଏ। ବିଭିନ୍ନ ରଙ୍ଗ ଗୋଲାପର ଅର୍ଥ ଭିନ୍ନ। ଜାଣନ୍ତୁ ଏହାର ବିଷୟରେ ……..
ଲାଲ ଗୋଲାପ –
ଲାଲ ରଙ୍ଗ ପ୍ରେମର ପ୍ରତୀକ। ମନର ଭାବନାକୁ ଜଣାଇବା ପାଇଁ ନିଜ ସାଥିଙ୍କୁ ଲାଲ ରଙ୍ଗର ଗୋଲାପ ଦିଅନ୍ତୁ।
ଗୋଲାପୀ ରଙ୍ଗର ଗୋଲାପ –
ନିଜର ଖୁସି ସହ ନିଜ ସାଥି ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ୱ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ।
ହଳଦିଆ ଗୋଲାପ –
ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ୱର ପ୍ରତୀକ। ନିଜ ବନ୍ଧୁ ପ୍ରତି ଥିବା ଗଭୀର ଭଲ ପାଇବା, ଆନ୍ତରିକତା, ଚିର ଦିନ ପାଇଁ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ରହିବା ପାଇଁ ଏହି ରଙ୍ଗର ଗୋଲାପ ଦିଆଯାଇଥାଏ।
ଧଳା ଗୋଲାପ –
ଧଳା ରଙ୍ଗ ଶାନ୍ତିର ପ୍ରତୀକ ବୋଲି ସଭିଁଙ୍କୁ ଜଣା। ସେହିପରି ଧଳା ରଙ୍ଗର ଗୋଲାପକୁ ମଧ୍ୟ ଶାନ୍ତି ଓ ଏକତାର ପ୍ରତୀକ ବୋଲି କୁହାଯାଏ।ତେଣୁ ନିଜ ସାଥିଙ୍କ ସହ ସର୍ବଦା ଶାନ୍ତି ଓ ଏକତା ଭାବନା ରହିବା ପାଇଁ ଧଳା ରଙ୍ଗର ଗୋଲାପ ଦିଅନ୍ତୁ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories