www.samajalive.in
Wednesday, December 10, 2025
26.1 C
Bhubaneswar

ଶେଷ ଦ୍ୱିମାସିକ ମୁଦ୍ରାନୀତିରେ ସୁଧହାର ସ୍ଥିର

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୯-୨୦ ଆର୍ଥିକ ବର୍ଷର ଷଷ୍ଠ ତଥା ଶେଷ ଦ୍ୱିମାସିକ ମୁଦ୍ରାନୀତିରେ ଆଜି ସୁଧହାରଗୁଡ଼ିକରେ ସ୍ଥିତାବସ୍ଥା ବଜାୟ ରଖିଛି। ଦେଶରେ ଆର୍ଥିକ ମନ୍ଥରତା ସତ୍ତ୍ବେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ ଆଣିନାହିଁ। ରେପୋରେଟ୍‍ ପୂର୍ବର ସେହି ଶତକଡା ୫.୧୫ ଭାଗରେ ଅପରିବର୍ତ୍ତିତ ରହିଛି। ସେହିଭଳି ରିଭର୍ସ ରେପୋରେଟ୍‍ ମଧ୍ୟ ପୂର୍ବର ସେହି ଶତକଡା ୪.୯ ଭାଗ ରଖାଯାଇଥିବାବେଳେ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ରେଟ୍‍ ମଧ୍ୟ ଶତକଡା ୫.୪ ଭାଗରେ ଅପରିବର୍ତ୍ତିତ ରହିଛି। ମୁଦ୍ରାନୀତି କମିଟି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ ଏହି ନୀତି ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି।

ଏଥିସହିତ ମୁଦ୍ରାସ୍ପିତୀ ହାର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବାକୁ ରିଜର୍ଭ ବ୍ୟାଙ୍କ ତା’ର ପ୍ରଚେଷ୍ଟା ଜାରି ରଖିବ। ଖାଉଟୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ପିତୀ ହାରକୁ ମଧ୍ୟବର୍ତ୍ତୀ କାଳ ପାଇଁ ଶତକଡା ୪ ଭାଗ ମଧ୍ୟରେ ସୀମିତ ରଖିବା ଲକ୍ଷ୍ୟରେ ଏହିସବୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଧ୍ୟାନ ଦିଆଯିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୬ଜଣିଆ ମୁଦ୍ରାନୀତି କମିଟି ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତିରେ ଉପନୀତି ହୋଇଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories