ଭୁବନେଶ୍ବର : ରଙ୍ଗ୍ ରୁଟରେ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ। ଏଣିକି ରଙ୍ଗ୍ ରୁଟରେ ଗାଡି ଚଲାଇଲେ ହୋଇଯିବ ଚକା ଲିକ୍। କାରଣ ଦୌତନଗରୀ କଟକ ଓ ଭୁବନେଶ୍ବରରେ ପୁନେ, ହାଇଦ୍ରାବାଦ ପରି ସ୍ପାଇକ୍ ବ୍ୟାରିଅର ଲଗାଇବା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୁଲିସ। ଦୌତନଗରୀ କଟକ ଓ ଭୁବନେଶ୍ବରରେ ୨୪୨ଟି ରଙ୍ଗ୍ ଡ୍ରାଇଭିଂ ସ୍ଥାନ କମିଶନରେଟ ପୁଲିସ ଚିହ୍ନଟ କରିଥିବା ବେଳେ ଏଥଇ ମଧ୍ୟରୁ ୩୨ ଟି ସ୍ପର୍ଶକାତର ସ୍ଥାନ ରହିଛି। ଏହି ସ୍ଥାନମାନଙ୍କରେ ସ୍ପାଇକ୍ ବ୍ୟାରିଅର ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ରଙ୍ଗ୍ ଡ୍ରାଇଭିଂ କାରଣରୁ ଅନେକ ଦୁର୍ଘଟଣା ଘଟିବା ସହିତ ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥାଏ। ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନୂତନ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ପୂର୍ବରୁ ପୁନେ, ହାଇଦ୍ରାବାଦ ଓ ନୋଇଡାରେ ଟ୍ରାଫିକ ନିୟମନ୍ତ୍ରଣ ପାଇଁ ସ୍ପାଇକ୍ ବ୍ୟାରିଅର୍ ଲଗାଯାଇଛି।
Popular Categories



