www.samajalive.in
Friday, December 12, 2025
23.1 C
Bhubaneswar

ପୁରୀରେ ଗୁଳିମାଡ ଡାକ୍ତରୀ ଛାତ୍ର ଆହତ

ସମାଜ ପୋଟାଲ ଡେସ୍କ: ପୁରୀ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଦତ୍ତତୋଟାରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିମାଡ ହୋଇଛି। ଏହି ଗୁଳିମାଡରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଆହତ ଛାତ୍ର ଜଣଙ୍କ ହେଉଛନ୍ତି ଜନ୍ମେଜୟ ମନ୍ତ୍ରୀ। ତାଙ୍କ ବାମ ହାତରେ ଗୁଳି ଲାଗିଥିବା ସୂଚନା ମିଳିଛି। ଗୁଳିମାଡ ପରେ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ସହର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାଅନୁସାରେ ଆହତ ଜନ୍ମେଜୟ ମଙ୍ଗଳବାର ତାଙ୍କର ଜଣେ ସାଙ୍ଗ ଘରକୁ ଯାଉଥିବା ବେଳେ ୨ ଜଣ ଯୁବକ ବାଇକରେ ଆସି ତାଙ୍କୁ ରାସ୍ତାରେ ଅଟକାଇଥିଲେ। ସେଥିରୁ ଜଣେ ଜନ୍ମେଜୟଙ୍କ ମୋବାଇଲ ଫୋନ ଛଡାଇନେବାକୁ ଉଦ୍ୟମ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଅନ୍ୟଜଣେ ଯୁବକ ଜନ୍ମେଜୟଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଜନ୍ମେଜୟଙ୍କ ବାମ ହାତରେ ବାଜିଥିବା ବେଳେ ଅନ୍ୟଏକ  ଗୁଳି ନିକଟସ୍ଥ କାନ୍ଥରେ ବାଜିଥିଲା। ଜନ୍ମେଜୟ ବିଏଏମଏସ୍ ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ ବୋଲି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା କହିଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ ଶତାଧିକ ଛାତ୍ରଛାତ୍ରୀ ସହର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିବା ବେଳେ ଗୁଳିମାଡ କରିଥିବା ୨ ଯୁବକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।  କୁମ୍ପାରପଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories