www.samajalive.in
Sunday, December 14, 2025
14.1 C
Bhubaneswar

ପୁରୀ-ଭୁବନେଶ୍ବର-କୋଣାର୍କ ବସ୍‌ ଚଳାଚଳ ବନ୍ଦ ଚେତାବନୀ

ପୁରୀ : ଜଣେ ଯାତ୍ରୀବାହୀ ବସ୍‌ ଡ୍ରାଇଭରଙ୍କୁ ମାଡମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ଦାବିକରି ଶ୍ରୀନୀଳଗିରି ମୋଟର କର୍ମଚାରୀ ସଂଘ ଜିଲାପାଳଙ୍କୁ ୨୪ଘଣ୍ଟା ସମୟ ଦେଇଛି। ଆସାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୁରୀ-ଭୁବଶ୍ବେର-କୋଣାର୍କ ମଧ୍ୟରେ ଯାତ୍ରୀବାହୀ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସଂଘ ସମ୍ପାଦକ ହୃଷିକେଶ ପାଣି ପ୍ରକାଶ କରିଛନ୍ତି। ପୁରୀ-କୋଣାର୍କ ରାସ୍ତାରେ ଚଳାଚଳ କରୁଥିବା ବସ୍‌ ଗୁଡିକର ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପରମାନେ ୩ଦିନ ଧରି ଆନ୍ଦୋଳନରେ ବସିଛନ୍ତି। ଏଥିଯୋଗୁଁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଅଧିବାସୀ ଯାତ୍ରାୟତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ପୁରୀ-କୋଣାର୍କ ବେଳାଭୂମି ମାର୍ଗରେ ଦୁର୍ଘଟଣା ଘଟିଥିଲା। ପାଟକୁରା ଥାନା ଅନ୍ତର୍ଗତ ନୂଆପଡାରୁ କିଛି ଯାତ୍ରୀଙ୍କୁ ନେଇ କୋଣାର୍କ ଆସିଥିବା ଟୁରିଷ୍ଟ ବସ୍‌ ରାସ୍ତା କଡରେ ଛିଡା ହୋଇଥିବା ବେଳେ କାକଟପୁରରୁ ପୁରୀ ଆସୁଥିବା ​‘ଷୋଳପୁଅ ମାଆ’ ଯାତ୍ରୀବାହୀ ବସ୍‌ ପଛପଟୁ ତାହାକୁ ଧକ୍କା ଦେଇଥିଲା। ସେଥିରେ ୨୦ଜଣ ଯାତ୍ରୀ ଆହତ ହୋଇଥିଲେ। ବସ୍‌ ଡ୍ରାଇଭର ଅର୍ଜୁନ ମହାକୁଡଙ୍କୁ କେତେକ ଲୋକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେତେକ ବ୍ୟକ୍ତି ମହାକୁଡଙ୍କୁ ମାଡମାରି ହତ୍ୟା କରିଥିବା ବସ୍‌ ହେଲପର ରଶ୍ମିରଞ୍ଜନ ବେହେରା କୋଣାର୍କ ଥାନାରେ ଅଭିଯୋଗ କରିଛନ୍ତି। ପର୍ଯ୍ୟଟନ ବସ୍‌ର କେତେକ ଯାତ୍ରୀ ମହାକୁଡଙ୍କୁ ଅତ୍ୟଧିକ ମାଡମାରିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସେ ଉଲ୍ଲେଖ କରିଛନ୍ତି। ଏହାସତ୍ତ୍ବେ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେଣୁ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମୃତ ବସ୍‌ ଡ୍ରାଇଭରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ମାଡ ମାରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଶ୍ରୀନୀଳଗିରି ମୋଟର କର୍ମଚାରୀ ସଂଘ ଜିଲାପାଳଙ୍କ ନିକଟରେ ଶନିବାରଠାରୁ ଦାବି କରିଛି। ଦାବିପୂରଣ ନହେଲେ ପୁରୀରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ସମସ୍ତ ବସ୍‌ର ଶ୍ରମିକମାନେ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ସଂଘର ଏକ ଜରୁରୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories