www.samajalive.in
Thursday, December 11, 2025
13.1 C
Bhubaneswar

ଭାରତୀୟ କ୍ରିକେଟ ଦଳକୁ ଝଟକା, ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଲେ ଆହତ ରୋହିତ ଶର୍ମା

ମାଉଣ୍ଟ ମୌଙ୍ଗନୁଇ : ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ ଝଟକା। ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିଛନ୍ତି ଦମଦାର ପଦର୍ଶନ କରୁଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା। ମାଉଣ୍ଟ ମୌଙ୍ଗନୁଇରେ ଖେଳାଯାଉଥିବା ପଞ୍ଚମ ତଥା ଶେଷ ଟି-୨୦ରେ ବ୍ୟାଟିଂ ସମୟରେ ଲାଗିଥିବା ଆହତ କାରଣରୁ ସମ୍ପୁର୍ଣ୍ଣ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି। ଯାହା ଫଳରେ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ହୋଇଥିବା ଟି-୨୦ ସିରିଜରେ ଦମଦାର ପଦର୍ଶନ କରିଥିବା ରୋହିତ ଦଳରୁ ବାଦ୍ ପଡିବା ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ ୨୧ ଫେବୃଆରୀରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

ସୂଚନାଯୋଗ୍ୟ ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗନୁଇରେ ଖେଳା ଯାଉଥିବା ପଞ୍ଚମ ତଥା ଶେଷ ଟି-୨୦ରେ ଭାରତ ୭ ରନରେ ବିଜୟ ହାସଲ ସହ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଐତିହାସିକ ସିରିଜ୍ ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦମଦାର ପଦର୍ଶନ କରୁଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଶେଷ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳ ଆହତ ହୋଇଥିଲେ। ରୋହିତ ଏହି ମ୍ୟାଚରେ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ପଡିଆକୁ ଆସିଥିଲେ। ଏହି ସମୟରେ ଏକ ରନ ନେବା ପାଇଁ ଦୌଡୁଥିବା ବେଳେ ତାଙ୍କ ମାଂସପେଶୀରେ ଆହତ ଲାଗିଥିଲା। ଏହା ପରେ ମଧ୍ୟ ୧୭ ତମ ଓଭରରେ ରୋହିତ ସୋଢିଙ୍କୁ ଏକ ଛକା ମାରିଥିଲେ । କିନ୍ତୁ ଏହାପରେ ପଡିଆରେ ଆଉ ରହିପାରିନଥିଲେ। ତୁରନ୍ତ ପଡିଆକୁ ଭାରତୀୟ ଦଳର ଫିଜିଓ ପହଞ୍ଚି ପଡିଆରୁ ବାହାରିଯିବାକୁ କହିଥିଲେ। ଯାହା ଫଳରେ ରିଟାୟର୍ଡ ହଟ ହୋଇ ପଡିଆ ଛାଡିଥିଲେ। ଏହା ପରେ ରୋହିତ ଫିଲ୍ଡିଂ ପାଇଁ ଆଉ ପଡିଆକୁ ଆସିନଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବଦଳରେ ଅଧିନାୟକ ହୋଇଥିବା ରୋହିତ ଆହତ ହୋଇ ପଡିଆ ଛାଡିବା ପରେ କେ.ଏଲ ରାହୁଲ ଅଧିନାୟକ ଭାର ସମ୍ଭାଳିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories