www.samajalive.in
Wednesday, December 10, 2025
26.1 C
Bhubaneswar

୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ମାମଲା ; ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ଉପରେ ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାର ଦାୟର କରିଥିବା ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ରବିବାର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ହାଇକୋର୍ଟ ବିଚାରପତି ସୁରେଶ କୈତ ସମସ୍ତ ତିନି ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷଣ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଦୋଷୀମାନେ ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ଫାଶୀ ଦଣ୍ଡ କାର୍ଯ୍ୟକାରୀକୁ ବିଳମ୍ବ କରୁଛନ୍ତି। ​‌େ​‌କନ୍ଦ୍ର ସରକାରଙ୍କ ପିଟିସନକୁ ବିରୋଧ କରି ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଓ ପୱନ ଗୁପ୍ତାଙ୍କ ପକ୍ଷର ଓକିଲ ଏପି ସିଂହ କହିଥିଲେ ଯେ ଏହି ପ୍ରସଙ୍ଗକୁ ତରବରିଆ ଭାବେ ଶୁଣାଣି କରାଯିବା ଉଚିତ ନୁହେଁ। ତରବରିଆ ନ୍ୟାୟ ଠିକ୍ ନ୍ୟାୟ ଦେଇ ନ ଥାଏ। କେବଳ ଏହି ମାମଲାରେ ଅଦାଲତ କାହିଁକି ତରିବରିଆ ପଦକ୍ଷେପ ନେଉଛନ୍ତି ବୋଲି ସିଂହ ପ୍ରଶ୍ନ କରିଥିଲେ।
ଦୋଷୀ ମୁକେଶ କୁମାରର ଓକିଲ ରେବେକା ଜନ୍ କହିଥିଲେ ଯେ ଦୋଷୀଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି ଲାଗି କେନ୍ଦ୍ର କିମ୍ବା ଦିଲ୍ଲୀ ସରକାର ବିଚାର ବିଭାଗୀୟ ଅଦାଲତଙ୍କୁ ନିବେଦନ କରି ନ ଥିଲେ। ଏପରିକି ନିର୍ଭୟା ମାମଲାରେ ବିଚାର ବିଭାଗୀୟ ଅଦାଲତରେ କେନ୍ଦ୍ର ସରକାର ପକ୍ଷ ନଥିଲେ। ତେଣୁ କେନ୍ଦ୍ର ସରକାରଙ୍କ ଏପରି ପିଟିସନ ଉପରେ ଶୁଣାଣି କରାଯିବାର ଆବଶ୍ୟକତା ନାହିଁ। ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ପ୍ରଥମେ ଜାନୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା। ପରେ ଏହାକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଯାଇଥିଲା। ଏବେ ଏହା ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଛି। ସମସ୍ତ ଦୋଷୀଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ଅଦାଲତ ଫାଶୀ ଲାଗି ମୃତ୍ୟୁ ପରୱାନା ଉପରେ ବାରମ୍ବାର ରହିତାଦେଶ ଜାରି କରିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories