www.samajalive.in
Thursday, December 11, 2025
16.1 C
Bhubaneswar

ଯାଜପୁର : ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଅଖିବୁଜିଲେ ରୁସ୍ମିତା 

ଯାଜପୁର : ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତି ଶନିବାର ଚିକିତ୍ସା ଅଭାବରୁ ମୃତୁବରଣ କରିଥିବା ଅଭିଯୋଗ ହୋଇଛି। ପ୍ରସୂତିଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଡାକିବାରୁ କେହି ଆସି ନ ଥିଲେ,  ଫଳରେ ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ପ୍ରସୂତି ଜଣଙ୍କ ମଙ୍ଗଳପୁର ଥାନା ହସନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିପୁର ଗ୍ରାମର ରୁସ୍ମିତା ଜେନା।

ସୂଚନା ଅନୁଯାୟୀ,  ରୁସ୍ମିତା  ଜନନୀ ଯନ୍ତ୍ରଣା ପାଇବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଭର୍ତି ହୋଇଥିଲେ। ହେଲେ ଆଜି ଅତ୍ୟଧିକ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଡାକିଥିଲେ। ହେଲେ ଡାକ୍ତର କି କୌଣସି ନର୍ସ ମେଡିକାଲରେ ଉପସ୍ଥିତ ନ ରହି ଏକ ଭୋଜି ଖାଇବାକୁ ଯାଇଥିଲେ। ହେଲେ ପ୍ରସୂତିର ସମ୍ପର୍କୀୟ ଡାକ୍ତରଙ୍କୁ ଡାକିଥିଲେ ହେଁ କେହି ଆସି ନ ଥିଲେ । ଫଳରେ ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ରୁସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବର୍ତ୍ତମାନ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟ ଚିକିତ୍ସାଳୟରେ  ସମ୍ମୁଖରେ ପ୍ରସୂତୀଙ୍କ ମୃତଦେହକୁ ରଖି ଶହ ଶହ ସଂଖ୍ୟାରେ ଲୋକେ ରାସ୍ତା ଅବରୋଧ କରିବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି। ସମ୍ପର୍କୀୟ ମାନେ ରାସ୍ତା ଅବରୋଧ କରିବା ସହ ମେଡିକାଲ ମଧ୍ୟରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories