www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତୀୟଙ୍କ ହାତରେ ବିଶ୍ଵର ୪ ଶ୍ରେଷ୍ଠ କମ୍ପାନୀର ସର୍ବୋଚ୍ଚ ପଦବୀ, ଜାଣନ୍ତୁ ଏହି ସଫଳ ବ୍ୟକ୍ତିଙ୍କୁ

ନୂଆଦିଲ୍ଲୀ: ବିଶ୍ଵର ଶ୍ରେଷ୍ଠ କମ୍ପାନୀଗୁଡ଼ିକର ସର୍ବୋଚ୍ଚ ପଦବୀରେ ଏବେ ଭାରତୀୟମାନେ ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛନ୍ତି। ବିଶେଷ କରି ୪ ଜଣ ଭାରତୀୟଙ୍କ ହାତରେ ରହିଛି ଦୁନିଆର ୪ଟି ଶ୍ରେଷ୍ଠ କମ୍ପାନୀର ସିଇଓ ପଦବୀ। ପୂର୍ବରୁ ମାଇକ୍ରୋସଫ୍ଟ, ଗୁଗଲ ଏବଂ ଏଡୋବ୍‌ ପରେ ବର୍ତ୍ତମାନ ଆଇବିଏମର ସିଇଓ ପଦ ଅଳଙ୍କୃତ କରିଛନ୍ତି ଜଣେ ଭାରତୀୟ। ତାଙ୍କ ନାମ ହେଉଛି ଅରବିନ୍ଦ କୃଷ୍ଣା। ଆସନ୍ତୁ ଜାଣିବା ଏହି ୪ ସଫଳ ଭାରତୀୟଙ୍କ ବିଷୟରେ।

ଅରବିନ୍ଦ କୃଷ୍ଣା:

- Advertisement -

ଆଇବିଏମର ସିଇଓ ଭାବେ ଅରବିନ୍ଦ କୃଷ୍ଣା ମନୋନୀତ ହେବା ପରେ ଏହା ଦେଶ ପାଇଁ ଏକ ଗୌରବର ବିଷୟ ପାଲଟିଛି। ଅରବିନ୍ଦ ଆଇବିଏମରେ ଜଣେ ଏଗ୍‌ଜିକ୍ୟୁଟିଭ ଭାବେ କାମ କରୁଥିଲେ। ଜାନୁୟାରୀରେ କମ୍ପାନୀ ପକ୍ଷରୁ ତାଙ୍କ ନାମକୁ ପରବର୍ତ୍ତୀ ସିଇଓ ଭାବେ ଘୋଷଣା କରାଯାଇଛି। ସେ ଆସନ୍ତା ଏପ୍ରିଲରୁ ସିଇଓ ପଦବୀ ସମ୍ଭାଳିବେ। ଅରବିନ୍ଦ ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟର ଇଞ୍ଜିନିୟରିଂରେ ପିଏଚ୍‌ଡି ଅଧ୍ୟୟନ କରିଛନ୍ତି।

ସତ୍ୟ ନାଡେଲା:

ହାଇଦ୍ରାବାଦରେ ଜନ୍ମିତ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା କର୍ଣ୍ଣାଟକର ମାଙ୍ଗାଲୁରେ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଥିଲେ। ଏଠାରେ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଅଧ୍ୟୟନ କରିଥିଲେ। ଏହା ପରେ ସେ ଆମେରିକା ଯାଇ ସେଠାରେ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୯୨ରେ ସେ ମାଇକ୍ରୋସଫ୍ଟରେ ଯୋଗଦେଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ମାଇକ୍ରୋସଫ୍ଟରେ ଅନେକ ପ୍ରୋଜେକ୍ଟର ନେତୃତ୍ଵ ନେଇଛନ୍ତି। ସେଗୁଡ଼ିକ ମଧ୍ୟରୁ କିଛି ପ୍ରୋଜେକ୍ଟ କମ୍ପାନୀ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ୨୮ ବର୍ଷ ପରେ ସେ ଏବେ ମାଇକ୍ରୋସଫ୍ଟର ସବୁଠାରୁ କ୍ଷମତାସମ୍ପନ୍ନ ବ୍ୟକ୍ତି। ୨୦୧୪ରେ ସେ ମାଇକ୍ରୋସଫ୍ଟର ସିଇଓ ପଦବୀରେ ନିଯୁକ୍ତ କରାଯାଇଥିଲା। ୨୦୧୮-୧୯ରେ ତାଙ୍କୁ କମ୍ପାନୀ ୪.୨୯ କୋଟି ଡଲାର(୩୦୦ କୋଟି ଟଙ୍କା) ବେତନ ପ୍ରଦାନ କରିଥିଲା।

ଶାନ୍ତନୁ ନାରାୟଣ:

ଏଡୋବ ସିଷ୍ଟମର ସିଇଓ ପଦବୀରେ ଅଛନ୍ତି ଶାନ୍ତନୁ ନାରାୟଣ। ୨୦୧୯ରେ ଶାନ୍ତନୁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ସଫଳତାର ଯାତ୍ରା ହାଇଦ୍ରାବାଦରୁ ଆମେରିକା ପର୍ଯ୍ୟନ୍ତ ଲମ୍ବିଛି। ହାଇଦ୍ରାବାଦରେ ଏକ ତେଲୁଗୁ ପରିବାରରେ ଶାନ୍ତନୁ ଜନ୍ମଗ୍ରହଣ କରିଥିଲେ। ହାଇଦ୍ରାବାଦର ଓସ୍‌ମାନିଆ ବିଶ୍ଵବିଦ୍ୟାଳୟରେ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ କାଲିଫର୍ନିଆ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଆପଲ କମ୍ପାନୀରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।

ସୁନ୍ଦର ପିଚାଇ:

ବିଶ୍ଵର ସବୁଠାରୁ ବଡ଼ କମ୍ପାନୀ ଭାବେ ଜଣାଶୁଣା ଗୁଗଲ ଏବଂ ତାହାର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ର ମୁଖ୍ୟ ପଦବୀରେ ଥିବା ଭାରତୀୟ ଜଣକ ହେଲେ ସୁନ୍ଦର ପିଚାଇ। ୧୯୯୭ରେ ଗୁଗଲ ଆରମ୍ଭ ହୋଇଥିଲା, ଯାହା ପରଠାରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦୁନିଆରେ ବିରାଟ ପରିବର୍ତ୍ତନ ଆସିଥିଲା। ୪୭ ବର୍ଷୀୟ ସୁନ୍ଦର ପିଚାଇ ୨୦୦୪ରେ ଗୁଗଲରେ ଯୋଗଦେଇଥିଲେ। ୨୦୧୫ରେ ସେ ଗୁଗଲର ସିଇଓ ପଦ ସମ୍ଭାଳିଥିଲେ। ମଦୁରାଇର ଏକ ମଧ୍ୟବିତ୍ତ ପରିବାରେ ପିଚାଇଙ୍କ ଜନ୍ମ। ଆଇଆଇଟି ଖଡ଼ଗପୁରରେ ସେ ଇଞ୍ଜିନିୟରିଂ କରିଥିଲେ। ଥରେ ସେ କହିଥିଲେ ପରୀକ୍ଷାରେ ତାଙ୍କୁ ‘ସି’ ଗ୍ରେଡ୍‌ ମିଳିଥିଲା। କିନ୍ତୁ ସେ ନିଜର ଦକ୍ଷତା ବଳରେ ନିଜ ପରିଚୟ ସୃଷ୍ଟି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories