www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଭୂତାଣୁ – ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବଙ୍କ ଦ୍ୱାରା ଚତୁର୍ଥ ବୈଠକରେ କରୋନା ଭୂତାଣୁ ସ୍ଥିତି ସମୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ସ୍ୱରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ, ଶ୍ରମ ଓ ନିଯୁକ୍ତି ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସହିତ ଏହି ଭୂତାଣୁର ମୁକାବିଲା ସ୍ଥିତି ସମୀକ୍ଷା କରାଯାଇଛି। ଏହି ଅବସରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ କ୍ୟାବିନେଟ ସଚିବ ଆଲୋଚନା କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ୧୫ ଜାନୁଆରୀ, ୨୦୨୦ ପରେ ଚୀନରୁ ଆସିଥିବା ସମସ୍ତ ଯାତ୍ରୀଙ୍କର ରକ୍ତ ନମୁନା ପରୀକ୍ଷା କରାଯିବ, କାରଣ ଏହି ସମୟ ପରେ କରୋନା ଭୂତାଣୁ ଅଧିକ ମାତ୍ରାରେ ବ୍ୟାପିବା ଆରମ୍ଭ କରିଥିଲା।

ଏହା ଛାଡ ଚୀନରୁ ଫେରିଥିବା ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଘର ଭିତରେ ଅଲଗା କରି ରଖିବା ଉପରେ କ୍ୟାବିନେଟ ସଚିବ ଜୋର ଦେବା ସହ ନମୁନା ପରୀକ୍ଷାଗାର ବୃଦ୍ଧି କରିବା ଲାଗି ନିଷ୍ପତି ହୋଇଛି। ଆଜି ଠାରୁ ଏନଆଇଭି ବେଙ୍ଗାଲୁରୁ ୟୁନିଟ, ବେଙ୍ଗାଲୁରୁ ଫୋର୍ଟସ୍ଥିତ କେଆର ରୋଡ ଭିକ୍ଟୋରିଆ ହସ୍ପିଟାଲ କ୍ୟାମ୍ପସ, ନୂଆଦିଲ୍ଲୀ ଏମ୍ସ, ଦିଲ୍ଲୀ ଏନସିଡିସି, ମୁମ୍ବାଇସ୍ଥିତ ସଂକ୍ରାମକ ରୋଗ ପାଇଁ କସ୍ତୁରବା ହସ୍ପିଟାଲ, ଏନଆଇଭି କେରଳ ୟୁନିଟ ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯାଇଛି। ଇତି ମଧ୍ୟରେ କୋଲକାତା ଏନଆଇସିଇଡିର ଆଇସିଏମଆର, ସିକନ୍ଦରାବାଦସ୍ଥିତ ଜିଏମସି, ଲକ୍ଷ୍ନୌର କେଜିଏମୟୁ, ଜୟପୁରର ଏସଏମଏସ, ନାଗପୁରସ୍ଥିତ ଆଇଜିଜିଏମସି ଏବଂ ଚେନ୍ନାଇର କେଆଇପିଏମଆର ପରୀକ୍ଷାଗାର ମଧ୍ୟ କାର୍ଯ୍ୟ କରୁଛି।

- Advertisement -

ଅନ୍ୟ ପକ୍ଷରେ ଲୋକମାନଙ୍କୁ ରୋଗର ଲକ୍ଷଣ, ନିରାକରଣ ଓ ଜରୁରି ପଦକ୍ଷେପ ବିଷୟରେ ଅଧିକ ସଚେତନ କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରେ ବୈଠକ ଆୟୋଜନ ସହ ନେପାଳ ସୀମାକୁ ଲାଗି ରହିଥିବା ଗ୍ରାମଗୁଡ଼ିକରେ ଏହି ଭୂତାଣୁର ନିରାକରଣ ଓ ପରିଚାଳନା ଲାଗି ରାଜ୍ୟ ସରକାରଗୁଡିକ ଅଧିକ ସତର୍କ ହେବ ଲାଗି କୁହାଯାଇଛି।

୩୦ ଜାନୁଆରୀ, ୨୦୨୦ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଚୀନର ୩୧ଟି ପ୍ରାନ୍ତରେ ୭୭୧୧ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୧୩ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୧୩୭୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୧୨୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୨ହଜାର ୧୬୭ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ରୁଗଣ ବୟସ୍କ ଅଛନ୍ତି। ଅନ୍ୟ ୨୧ଟି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥାଇଲ୍ୟାଣ୍ଡ ୧୪, ସିଙ୍ଗାପୁର ୧୦, ଅଷ୍ଟ୍ରେଲିଆ ୫, ଆମେରିକା ୫, ଜାପାନ ୮, ଦକ୍ଷିଣ କୋରିଆ ୪, ମାଲେସିଆ ୭, ଫ୍ରାନ୍ସ ୪, ଭିଏତନାମ ୨, କାନାଡା ୨, ନେପାଳ ୧, କାମ୍ବୋଡିଆ୧, ଶ୍ରୀଲଙ୍କା ୧, ଜର୍ମାନୀ ୪, ୟୁଏଇ ୪, ହଂକଂ ୧୦, ମାକାଓ ୭, ତାଇୱାନ ୮, ଫିନଲ୍ୟାଣ୍ଡ ୧, ଆଙ୍ଗୋଲା ୧ ଓ ଭାରତର ଜଣେ କରୋନା ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଭାରତରେ ୪୯ଟି ସନ୍ଦିଗ୍ଧ ନମୁନା ପରୀକ୍ଷାରୁ ୪୮ଟି ନେଗେଟିଭ ବୋଲି ଜଣାପଡ଼ିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories