ମୁମ୍ବଇ: ଭିକି କୌଶଲଙ୍କ ଅଭିନୀତ ହରର୍-ଡ୍ରାମା ଚଳଚ୍ଚିତ୍ର ‘ଭୂତ-ପାର୍ଟ ୱନ୍: ଦି ହଣ୍ଟେଡ଼ ସିପ୍’ର ଟିଜର୍ ଶୁକ୍ରବାର ରିଲିଜ୍ ହୋଇଛି। ପୋଷ୍ଟର ପରି ଚଳଚ୍ଚିତ୍ରର ଟିଜର ମଧ୍ୟ ଖୁବ୍ ଭୟାନକ ହୋଇଛି। ଅନ୍ଧାର ରାତି ଓ ଶୁନ୍ସାନ୍ ପରିବେଶ ମଧ୍ୟରେ ଖାଲି ପଡ଼ିଥିବା ଏକ ପୁରୁଣା ଜାହଜରେ ଭିକି ଭୂତଙ୍କୁ ସାମ୍ନା କରିବେ। ଟିଜରରେ ଭିକି ସେହି ଭୂତମାନଙ୍କ ମଧ୍ୟରେ ଫସିଥିବା ଦେଖିବାକୁ ମିଳିଛି।
ସାମାଜିକ ଗଣମାଧ୍ୟମରେ ଭିକି ନିଜେ ଏହି ଟିଜର ଶେୟାର କରିଛନ୍ତି। ଏହା ସହିତ ଏହାର ଟ୍ରେଲର ଆସନ୍ତା ସୋମବାର ରିଲିଜ୍ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଭିକି ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରିଥିଲେ। କରଣ ଜୋହରଙ୍କ ପ୍ରଯୋଜିତ ଓ ଭାନୁ ପ୍ରତାପ ସିଂହଙ୍କ ନିର୍ଦ୍ଦେଶିତ ‘ଭୂତ-ପାର୍ଟ ୱନ୍: ଦି ହଣ୍ଟେଡ଼ ସିପ୍’ ଚଳିତ ବର୍ଷ ୨୧ ଫେବୃଆରୀରେ ପରଦାକୁ ଆସିବ।
https://www.instagram.com/p/B7-H-Ikp-cC/?utm_source=ig_web_copy_link



