www.samajalive.in
Monday, December 8, 2025
24.1 C
Bhubaneswar

ସିଏଏକୁ ୧୦୦ ବର୍ଷ ତଳର ବ୍ରିଟିଶ ସରକାରଙ୍କ ରଓଲତ ଆକ୍ଟ ସହ ତୁଳନା କଲେ ଊର୍ମିଳା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ୧୦୦ ବର୍ଷ ପୁରୁଣା ବ୍ରିଟିଶ ସରକାରର ରଓଲତ ଆକ୍ଟ ସହିତ ତୁଳନା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର। ଗାନ୍ଧିଜୀଙ୍କ ପୂଣ୍ୟତିଥି ଅବସରରେ ନନ୍‌ଭାୟୋଲେଣ୍ଟ ପିପୁଲ୍ସ ମୁଭମେଣ୍ଟ ପକ୍ଷରୁ ସିଏଏ ଏବଂ ଏନଆରସି ବିରୋଧରେ ଆୟୋଜିତ ଏକ ବୈଠକରେ ଯୋଗଦେବା ଅବସରରେ ଊର୍ମିଳା ଏହା କହିଛନ୍ତି।

ଊର୍ମିଳା କହିଥିଲେ, ୧୯୧୯ର ରଓଲତ ଆକ୍ଟ ଏବଂ ୨୦୧୯ର ସିଏଏ ଇତିହାସର ୨ଟି ‘କଳା ଆଇନ’। ସିଏଏ ଗରିବ ଏବଂ ମୁସଲମାନ ବିରୋଧୀ। ଆମେ ଏଭଳି ଆଇନ ଚାହୁଁନାହୁଁ, ଯାହା ଧର୍ମ ଆଧାରରେ ମୋର ପରିଚୟ ଏବଂ ନାଗରିକତାକୁ ଆକଳନ କରିବ। କେହି ଧର୍ମ, ଭାଷା, ଲିଙ୍ଗ ଏବଂ ଅଞ୍ଚଳର ଆଧାରରେ ଭେଦଭାବ କରିପାରି​‌ବେ ନାହିଁ ବୋଲି ଆମ୍ବ ସମ୍ବିଧାନଲରେ ଉଲ୍ଲେଖ ରହିଥିବା ଊର୍ମିଳା କହିଥିଲେ।

- Advertisement -

ରଓଲତ ଆଇନ କ’ଣ ?

ରଓଲତ ଆକ୍ଟକୁ କଳା ଆଇନ କୁହାଯାଏ। ବ୍ରିଟିଶ ଶାସନ ସମୟରେ ଭାରତରେ ମୁଣ୍ଡ ଟେକୁଥିବା ରାଷ୍ଟ୍ରୀୟ ଆନ୍ଦୋଳନକୁ ଦବେଇ ରଖିବା ଲାଗି ଏହି ଆଇନ କରାଯାଇଥିଲା। ସାର୍‌ ସିଡ୍‌ନୀ ରଓଲତଙ୍କ ଅଧ୍ୟକ୍ଷତାରେ ଗଠିତ ଦେଶଦ୍ରୋହ କମିଟିର ସୁପାରିସକ୍ରମେ ଏହି ଆଇନ ଅଣାଯାଇଥିଲା।

ଏହି ଆଇନ ବ୍ରିଟିଶ ସରକାରକୁ କୋର୍ଟରେ ବିନା ମାମଲା ରୁଜୁ କରି ଯେକୌଣସି ଭାରତୀୟଙ୍କୁ ଜେଲରେ ବନ୍ଦୀ ରଖି ପାରିବାର କ୍ଷମତା ପ୍ରଦାନ କରିଥିଲା। ଏପରି କି ଏହି ଆଇନ ଅଧୀନରେ ଅପରାଧୀକୁ ତା’ ବିରୋଧରେ କିଏ ଅଭିଯୋଗ କରିଛି ତାହା ବି ଜାଣିବାର ଅଧିକାର ନ ଥିଲା। ଗାନ୍ଧିଜୀଙ୍କ ନେତୃତ୍ଵରେ ପୂରା ଦେଶରେ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories