www.samajalive.in
Tuesday, December 9, 2025
16.1 C
Bhubaneswar

‘ୟୁଥ ଫର ସଷ୍ଟେନିବିଲିଟି’ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର: ‘ୟୁଥ ଅଫ ସଷ୍ଟେନିବିଲିଟି’ର ଓଡ଼ିଶା ଶାଖା ଓ ଓଡ଼ିଶା ଫୁଟବଲ କ୍ଲବ ସହଯୋଗରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏକ ମ୍ୟାଚ ପରବର୍ତ୍ତି ସଫେଇ ଅଭିଯାନ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ କ୍ଲବ ଓ ଗୋଆ ଫୁଟବଲ କ୍ଲବ ମଧ୍ୟରେ ହୋଇଥିବା ଏକ ମ୍ୟାଚ ପରେ ଏହି ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧିନରେ ‘ୟୁଥ ଅଫ ସଷ୍ଟେନିବିଲିଟି’ର ପ୍ରାୟ ୨୦ ଯୁବ ସ୍ୱେଚ୍ଛାସେବୀ ତଥା ସଷ୍ଟେନିବିଲିଟି କର୍ମୀ ପଡ଼ିଆ ଓ ଷ୍ଟାଡିୟମରେ ଜମା ହୋଇଥିବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସଂଗ୍ରହ କରି ସେଗୁଡ଼ିକୁ ସାଜସଜ୍ଜା ଓ ଚାରାରୋପଣ ପାତ୍ର ଆଦି କାର୍ଯ୍ୟରେ ଉପଯୋଗ କରିଛନ୍ତି।

ହ୍ୟୁମାନ ସର୍କଲ ନାମକ ଏକ ସଂଗଠନ ଅଧିନରେ ‘ୟୁଥ ଅଫ ସଷ୍ଟେନିବିଲିଟି’ ନାମକ ଏହି ଅଭିଯାନ ଆରମ୍ଭ କରାଯଇଛି। ଏହାର ଉଦ୍ଦେଶ୍ୟ ହେଲା ଯୁବପିଢିଙ୍କ ଦକ୍ଷତାକୁ ବିକଶିତ କରି ସେମାନଙ୍କ ସ୍ୱପ୍ନ ସାକାର କରିବା। ମାତ୍ର କିଛି ମାସ ମଧ୍ୟରେ ଏହି ଅଭିଯାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନଲୋଜୀ, ଜାତୀୟ ଆଇନ ମହାବିଦ୍ୟାଳୟ,ରେଭେନ୍ସା କଲେଜ ଓ କିଟ ଲ’ ସ୍କୁଲ ଆଦିରେ ନିଜକୁ ସ୍ଥାପନ କରିପାରିଛି। ଏହି ଗ୍ରୁପର ଲକ୍ଷ୍ୟ ହେଲା ରାଜ୍ୟ ଓ ଦେଶରେ ସଷ୍ଟେନିବିଲିଟି ବା ପରିବେଶ ସନ୍ତୁଳନର ବାର୍ତ୍ତା ପ୍ରସାର କରିବା।

- Advertisement -

ଏହି ଅଭିଯାନ ମାଧ୍ୟମରେ ଆଗକୁ ସ୍କୁଲ ଓ କଲେଜରେ କର୍ମଶାଳାମାନ ଆୟୋଜନ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବିଭିନ୍ନ କାର୍ଯ୍ୟରେ ପୁନଃ ବ୍ୟବହାରକୁ ଉତ୍ସାହିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମାଜରେ ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରେରଣ କରିବା ଏହାର ଲକ୍ଷ୍ୟ। ଆସନ୍ତା ୧ ବର୍ଷ ମଧ୍ୟରେ ଓଡ଼ିଶାର ସବୁ ଅଞ୍ଚଳରେ ନିଜର ଅଭିଯାନକୁ ସଂପ୍ରସାରଣ କରିବା ସହ ୧୦୦ଟି ଘରେ ସହରି କୃଷି ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories