www.samajalive.in
Saturday, December 13, 2025
15.1 C
Bhubaneswar

ଆଝାରୁଦ୍ଦିନ୍‌ଙ୍କ ବିରୋଧରେ ମାମଲା ରୁଜୁ

ହାଇଦରାବାଦ୍‌  : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ସମେତ ୩ଜଣଙ୍କ ବିରୋଧରେ ଠକେଇ ଅଭିଯୋଗରେ ସ୍ଥାନୀୟ ସିଟି ଚୌକ୍‌ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଜଣେ ଟ୍ରାଭେଲ୍‌ ଏଜେଣ୍ଟଙ୍କୁ ବାକି ଥିବା ୨୧ ଲକ୍ଷ ଟଙ୍କା ପ୍ରଦାନ କରିନଥିବାରୁ ଆଝାରୁଦ୍ଦିନ୍‌, ସୁଦେଶ ଅଭିକାଲ୍‌ ଓ ମୁଜିବ୍‌ ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଥିବା ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଅଭିଯୋଗ ନେଇ ତଦନ୍ତ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ସେ ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ସୁଦେଶ ଜଣେ ଟ୍ରାଭେଲ୍‌ ଏଜେନ୍‌ସି ମାଲିକ ସାଦାବ୍‌ ମହମ୍ମଦଙ୍କ ଜରିଆରେ ଅନେକ ବିଦେଶୀ ବିମାନ ଟିକଟ କ୍ରୟ କରିଥିଲେ। ବିମାନରେ ସୁଦେଶଙ୍କ ସହ ଆଝାରୁଦ୍ଦିନ ଯାତ୍ରା କରିଥିଲେ। ପ୍ୟାରିସ୍‌ରୁ ଫେରବା ବେଳେ ଏହି ଦୁଇଜଣଙ୍କ ସହ ଆଉ ୩ଜଣ ଥିଳେ। ଟିକଟ ପ୍ରାପ୍ୟ ବାବଦକୁ ୨୧ ଲକ୍ଷ ଟଙ୍କା ହୋଇଥିବାରୁ ସୁଦେଶଙ୍କୁ ଟଙ୍କା ମାଗିଥିଲେ ସାଦାବ୍‌। ତେବେ ତାଙ୍କ ନିକଟରେ ବର୍ତ୍ତମାନ ଟଙ୍କା ନାହିଁ ବୋଲି ସୁଦେଶ କହିଥିଲେ। ପରବର୍ତ୍ତୀ ସମୟରେ ଆଝାରୁଦ୍ଦିନ୍‌ଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ମୁଜିବ୍‌ ସବୁ ଟଙ୍କା ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗତ ନଭେମ୍ବରରେ ସୁଦେଶ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଏକ ଚେକ୍‌ ସାଦାବଙ୍କୁ ପ୍ରଦାନ କରିିଥିଲେ। ତେବେ ସୁଦେଶଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା ସାଦାବ୍‌ ଜାଣିବାକୁ ପାଇଥିଲେ। ଠକାମିର ଶିକାର ହୋଇଥିବା ଜାଣିପାରି ସାଦାବ୍‌ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପତ୍ର ଗ୍ରହଣ କରି ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଝାରୁଦ୍ଦିନ। ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବାକୁ ଏପରି ହୀନ ଉଦ୍ୟମ କରାଯାଉଛି ବୋଲି ଆଝାରୁଦ୍ଦିନ କହିଛନ୍ତି। ଏ ସଂପର୍କରେ ସେ ଓକିଲ୍‌ଙ୍କ ସହ ପରାମର୍ଶ କରୁଛନ୍ତି ଏବଂ ସାଦାବ୍‌ଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories