www.samajalive.in
Wednesday, December 10, 2025
26.1 C
Bhubaneswar

ନେପାଳ ପଠାଇଲା ୮ ପର୍ଯ୍ୟଟକଙ୍କ ମୃତଦେହ

କାଠମାଣ୍ଡୁ :  ନେପାଳରେ ମୃତ୍ୟୁଘଟିଥିବା ୮ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହକୁ ଗୁରୁବାର ଭାରତ ଅଣାଯାଉଛି। ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ମୃତଦେହଗୁଡ଼ିକ କାଠମାଣ୍ଡୁରୁ ନୂଆଦିଲ୍ଲୀକୁ ବିମାନ ଯୋଗେ ପଠାଯାଇଛି । ମୃତ୍ୟୁବରଣ କରିଥିବା ପ୍ରବୀଣ କ୍ରିଷ୍ଣନ ନାୟର, ତାଙ୍କ ପତ୍ନୀ ଶରଣ୍ୟ ଶଶି ଏବଂ ତାଙ୍କ ତିନି ସନ୍ତାନଙ୍କ ମୃତଦେହକୁ ତିରୁଅନନ୍ତପୁରମ୍‍ ପଠାଯିବ ଏବଂ ରଣଜିତ କୁମାର, ତାଙ୍କ ପତ୍ନୀ ଇନ୍ଦୁଲକ୍ଷ୍ମୀ ଓ ତାଙ୍କ ପୁତ୍ରଙ୍କ ମରଶରୀରକୁ କୋଝିକୋଡ୍‍ ନିଆଯିବ।

ସୂଚନାଯୋଗ୍ୟ, କେରଳର ୧୫ ଜଣ ପର୍ଯ୍ୟଟକ ନେପାଳର ଡାମନଠାରେ ଏକ ହୋଟେଲରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ପର୍ଯ୍ୟଟକ ଗତ ସୋମବାର ରାତିରେ ଗୋଟିଏ କୋଠରୀରେ ଶୋଇବା ସମୟରେ ଗ୍ୟାସ୍‍ ହିଟରକୁ ଚାଲୁ କରିଥିଲେ। ପରଦିନ ସକାଳେ ସେହି ୮ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସେହି କୋଠରୀରୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁର ଏକ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲର ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗାୱାଲି ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ ଗାୱାଲି କହିଛନ୍ତି ୮ ଜଣ ଭାରତୀୟଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ। ଇତିମଧ୍ୟରେ ରିସର୍ଟରେ ପର୍ଯ୍ୟଟକମାନଙ୍କ ସୁରକ୍ଷାରେ କୌଣସି ତ୍ରୁଟି ବିଚ୍ୟୁତି ସଂପର୍କରେ ଯାଞ୍ଚ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ୫ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories