www.samajalive.in
Wednesday, December 10, 2025
26.1 C
Bhubaneswar

ସିଏଏ ଉପରେ ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ଜବାବ ରଖିବାକୁ ନୋଟିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ ଉପରେ ରୋକ୍‌ ଲଗାଇବାକୁ ହୋଇଥିବା ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେବା ସହିତ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। କେନ୍ଦ୍ରର ମତ ନ ଶୁଣି ଏକପାଖିଆ ଶୁଣାଣି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନୋଟିସ ଜାରି କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ. ଅବଦୁଲ ନଜୀର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଏଏ ସମ୍ପର୍କିତ ୧୪୪ ପିଟିଶନର ଏକକାଳୀନ ଶୁଣାଣି କରିଥିଲେ। ଏସବୁ ପିଟିଶନଗୁଡ଼ିକ ମଧ୍ୟରୁ ଅନେକ ପିଟିଶନରେ ଆଇନକୁ ବିରୋଧ କରାଯାଇଥିଲାବେଳେ ଆଉ କିଛି ପିଟିଶନ ଆଇନ ସମର୍ଥନରେ ରହିଥିଲା। ଅଧିକାଂଶ ପିଟିଶନରେ ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲାବେଳେ ଆଉ କେତେକ ପିଟିଶନରେ ଆଇନକୁ ସାମ୍ବିଧାନିକ ଘୋଷଣା କରିବା ଲାଗି ଦାବି କରାଯାଇଛି।

- Advertisement -

ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ୨/୩ ମାସ ଯାଏ ନାଗରିକତା ପ୍ରଦାନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦେଶ ଦେବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଆଟର୍ନି ଜେନେରାଲ ବେଣୁଗୋପାଳ ଏହାକୁ ବିରୋଧ କରିବା ସହିତ ଅନ୍ତରୀଣ ରହିତାଦେଶ ଦେବା ପୂର୍ବରୁ କେନ୍ଦ୍ର ସରକାରଙ୍କ କଥା ଶୁଣିବା ଉଚିତ ବୋଲି ଦର୍ଶାଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଏକପାଖିଆ ଶୁଣାଣି କରିବାକୁ ମନା କରିବା ସହିତ କେନ୍ଦ୍ରକୁ ଜବାବ ରଖିବାକୁ ୪ ସପ୍ତାହ ସମୟ ଦେଇଛନ୍ତି।

Hot this week

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

Related Articles

Popular Categories