www.samajalive.in
Saturday, December 6, 2025
16.1 C
Bhubaneswar

ବିମୁଦ୍ରାକରଣ ବେଳେ ବେହିସାବ ଅର୍ଥ ଜମା କରିଛନ୍ତି ସୁନା ବ୍ୟବସାୟୀ: ବାର୍ଷିକ ଆୟ ୧  ଲକ୍ଷ, ଦୁଇ ଦିନର ବ୍ୟାଙ୍କ ଜମା ୪ କୋଟି

ନୂଆଦିଲ୍ଲୀ: ବିମୁଦ୍ରାକରଣ ସମୟରେ ଦେଶରେ ଅନେକ ସୁନା ବ୍ୟବସାୟୀ ବ୍ୟାଙ୍କରେ ଆୟ ବହିର୍ଭୁତ ସମ୍ପତ୍ତି ଜମା କରିଛନ୍ତି। ଏହି ତଥ୍ୟ କେନ୍ଦ୍ର ସରକାରଙ୍କ ହାତରେ ଲାଗିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଯେଉଁ ସୁନା ବ୍ୟବସାୟୀ ଆୟକର ରିଟର୍ଣ୍ଣରେ ସେମାନଙ୍କ ବାର୍ଷିକ ଆୟ ୧ରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଦର୍ଶାଇଛନ୍ତି, ସେମାନେ ବିମୁଦ୍ରାକରଣ ସମୟରେ ୨/୩ ଦିନ ମଧ୍ୟରେ ୪ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା କରିଛନ୍ତି। ବିଭିନ୍ନ ସୂତ୍ରରୁ ଏ ନେଇ ତଥ୍ୟ ମିଳିବା ପରେ ଅର୍ଥ ମମନ୍ତ୍ରଣାଳୟ ଏହାର ଖୋଳତାଡ଼ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଗୁଜରାଟରେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏଠାକାର ଜଣେ ସୁନା ବ୍ୟବସାୟୀ ୨୦୧୬ ନଭେମ୍ବର ୯ରୁ ଡିସେମ୍ବର ୩୦ ମଧ୍ୟରେ ୪ କୋଟି ୧୪ ଲକ୍ଷ ଟଙ୍କା ଜମା କରିଛନ୍ତି। ଏହାର ବର୍ଷକ ପୂର୍ବରୁ ଉକ୍ତ ବ୍ୟବସାୟୀଙ୍କ ଜମା ରାଶି ୪୪ ହଜାର ୨୬୦ ଟଙ୍କା ଥିଲା। ଜମା ପରିମାଣରେ ୯୩,୬୪୮% ବୃଦ୍ଧି ଘଟିବା ତଦନ୍ତକାରୀ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ଏହି ଜଣେ ନୁହନ୍ତି, ଏଭଳି ଅନେକ ସୁନା ବ୍ୟବସାୟୀ ବେହିସାବ ଅର୍ଥ ଜମା କରିଛନ୍ତି। ଅନ୍ୟଜଣେ ବ୍ୟବସାୟୀ ନିଜର ବାର୍ଷିକ ଆୟ ୨ ଲକ୍ଷ ୬୬ ହଜାର ଦର୍ଶାଥିବାବେଳେ ବିମୁଦ୍ରାକରଣ ସମୟରେ ୨ ଦିନରେ ୩ କୋଟି ୨୮ ଲକ୍ଷ ଟଙ୍କା ଜମା କରିଛନ୍ତି। ସେହିପରି ବାର୍ଷିକ ୫ଲକ୍ଷ ୪୦ ହଜାର ଟଙ୍କା ଆୟ ଦର୍ଶାଇଥିବା ଜଣେ ବ୍ୟବସାୟୀ ୨ କୋଟି ୫୭ ଲକ୍ଷ ଟଙ୍କା ଜମା କରିଛନ୍ତି। ଆଉ ଜଣେ ବ୍ୟବସାୟୀଙ୍କ ବାର୍ଷିକ ଆୟ ୩ କୋଟି ୨୩ ଲକ୍ଷ ଥିବାବେଳେ ସେ ବିମୁଦ୍ରାକରଣ ବେଳେ ୫୨ କୋଟି ୨୬ ଲକ୍ଷ ଟଙ୍କା ଜମା କରିଥିବା  ସାମ୍ନାକୁ ଆସିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଅନେକ ବ୍ୟବସାୟୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ତଦନ୍ତ ବେଳେ ବ୍ୟବସାୟୀମାନେ ଏସବୁ ଅର୍ଥର ଉତ୍ସ ଦର୍ଶାଇ ପାରୁ ନ ଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories