www.samajalive.in
Saturday, December 13, 2025
14.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ : କେଜ୍ରିୱାଲଙ୍କ ‘ଗ୍ୟାରେଣ୍ଟି କାର୍ଡ’

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏହାର ଇସ୍ତାହାର ଘୋଷଣା କରିଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାର୍ଟିର ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଇସ୍ତାହାର ଘୋଷଣା କରି ତାଙ୍କ ସରକାର ଏକ ‘ଗ୍ୟାରେଣ୍ଟି କାର୍ଡ’ ପ୍ରଚଳନ କରିବ ବୋଲି କହିଛନ୍ତି। ଏଥିରେ ସେ ଦିଲ୍ଲୀବାସୀଙ୍କୁ ୨୪ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ବିଦ୍ୟୁତ୍‌ ଦେୟରେ ୨୦୦ ୟୁନିଟ ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା ସରକାର କ୍ଷମତାରେ ଥିବା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସେ କହିଛନ୍ତି। ତାଙ୍କ ସରକାର ଗତ ୫ବର୍ଷ ମଧ୍ୟରେ ଦିଲ୍ଲୀର ୯୩ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଇ ଦେଇଛନ୍ତି। ଆଗାମୀ ଦିନରେ ଶତପ୍ରତିଶତ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଦିଲ୍ଲୀରେ ଝୁଲୁଥିବା ସମସ୍ତ ବିଦ୍ୟୁତ୍‌ ତାରକୁ ହଟାଯିବାର ବ୍ୟବସ୍ଥା ଖୁବ୍‌ ଶୀଘ୍ର ହେବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀରେ ଜନ୍ମ ହେଉଥିବା ପ୍ରତି ଶିଶୁଙ୍କୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ସରକାରୀ ସହାୟତା ଓ ସମସ୍ତ ପରିବାରକୁ ବିନାମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଇସ୍ତାହାରରେ ରହିଛି। ସ୍ବାସ୍ଥ୍ୟସେବାକୁ ସୁଲଭ କରିବା ପାଇଁ ଅଧିକ ଡାକ୍ତରଖାନା ପ୍ରତିଷ୍ଠା ସହ ‘ମହଲା କ୍ଲିନିକ’ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀବାସୀଙ୍କୁ ବିଶ୍ବସ୍ତରୀୟ ଗମନାଗମନ ବ୍ୟବସ୍ଥା ଯୋଗାଇଦେବା ଏବଂ ମେଟ୍ରୋ ଟ୍ରେନ୍‌ ସେବାକୁ ଅଧିକ ୫୦୦ କିଲୋମିଟର ବୃଦ୍ଧି କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିମଧ୍ୟରେ ଛାତ୍ର ଓ ମହିଳାଙ୍କ ପାଇଁ ମାଗଣା ବସ୍‌ଯାତ୍ରାର ପ୍ରତିଶ୍ରୁତି ଦେଇଛନ୍ତି। ସରକାରକୁ ଫେରିଲେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ଅଧିକ ବୃକ୍ଷରୋପଣ ସହ ଯମୁନା ନଦୀ ପରିଷ୍କାର କାର୍ଯ୍ୟକ୍ରମ ହାତକୁ ନେବେ ବୋଲି କହିଛନ୍ତି। ସମସ୍ତ ପ୍ରତିଶ୍ରୁୂତି ପାଇଁ ସେ ଉପରୋକ୍ତ ଗ୍ୟାରେଣ୍ଟି କାର୍ଡ ପ୍ରଚଳନର ପ୍ରସ୍ତାବ ରଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories