www.samajalive.in
Wednesday, December 10, 2025
18.1 C
Bhubaneswar

ଜାମ୍ମୁ-କାଶ୍ମୀରରେ କଟକଣା କୋହଳ; ପ୍ରିପେଡ୍‌ ସିମ୍‌କାର୍ଡରେ କଲ୍‌ ଓ ଏସଏମଏସ ସେବା ଆରମ୍ଭ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ମୋବାଇଲ୍‌ ଫୋନ ବ୍ୟବହାର ଉପରେ ଲାଗୁ ହୋଇଥିବା କଟକଣାରେ ସାମାନ୍ୟ କୋହଳ କରାଯାଇଛି। ସୁରକ୍ଷା ସ୍ଥିତି ସମୀକ୍ଷା କରାଯିବା ପରେ ଶନିବାର ପ୍ରିପେଡ୍‌ ସିମ୍‌କାର୍ଡରେ ଫୋନ୍‌ କଲ୍‌ ଏବଂ ଏସଏମଏସ ସେବା ଆରମ୍ଭ ହୋଇଛି। ଜାମ୍ମୁ-କାଶ୍ମୀର ମୁଖ୍ୟ ସଚିବ ରୋହିତ କଂଶଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ପ୍ରଶାସନ ପକ୍ଷରୁ ଜାମ୍ମୁର ୧୦ଟି ଜିଲା ସମେତ କାଶ୍ମୀରର ୨ଟି ରାଜସ୍ବ ଜିଲା କୁପୱାରା ଓ ବାନ୍ଦିପୋରାରେ ୨-ଜି ଇଣ୍ଟରନେଟ ସେବା ସଂଯୋଗ କରିବାକୁ ମୋବାଇଲ କମ୍ପାନୀଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ୫ମାସରୁ ଅଧିକ ସମୟ ଧରି ପ୍ରିପେଡ୍‌ ମୋବାଇଲ ସେବା ବନ୍ଦ ରହିଥିଲା। ଗତ ୧୫ ତାରିଖରେ ଜାମ୍ମୁ ରିଜିଅନରେ ମୋବାଇଲ ଇଣ୍ଟରନେଟ ସେବା ପୁନଃ ଆରମ୍ଭ କରାଯାଇଥିବାବେଳେ ହୋଟେଲ, ଟ୍ରାଭେଲ୍ସ ପ୍ରତିଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହୋଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories