www.samajalive.in
Tuesday, December 9, 2025
16.1 C
Bhubaneswar

ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ : ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଛନ୍ତି । ଭାରତ ଓ ୟୁରୋପୀୟ ସଂଘ ହେଉଛନ୍ତି ପରସ୍ପରର ସ୍ବଭାବିକ ସହଯୋଗୀ ରାଷ୍ଟ୍ର ବୋଲି ସେ କହିଛନ୍ତି । ନୂଆଦିଲ୍ଲୀଠରେ ୟୁରୋପୀୟ ସଂଘର ପ୍ରତିନିଧି ଜୋସେଫ ବୋରେଲ ଫଣ୍ଟେଲ୍‍ସ୍‍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଏହି ମତ ଦେଇଛନ୍ତି ।
ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଦୁଇ ପକ୍ଷ ମଧ୍ୟରେ ସହଯୋଗରେ ଅଭିବୃଦ୍ଧି ଘଟିଛି । ଆସନ୍ତା ମାର୍ଚ୍ଚ ମାସରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିଖର ବୈଠକ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ୟୁରୋପୀୟ ସଂଘ କମିଶନ୍‍ ଏବଂ ୟୁରୋପୀୟ ପରିଷଦର ନେତାମାନଙ୍କ ସହ ପୂର୍ବରୁ ହୋଇଥିବା ତାଙ୍କର କଥାବାର୍ତ୍ତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବ୍ରସେଲ୍‍ସ୍‍ରେ ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକର ୟୁରୋପୀୟ ସଂଘ ଆୟୋଜନ କରିବାକୁ ଏହାର ନେତାମାନେ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛନ୍ତି ବୋଲି ୟୁରୋପୀୟ ନେତା ଫଣ୍ଟେଲ୍‍ସ୍‍ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories