www.samajalive.in
Sunday, December 7, 2025
16.1 C
Bhubaneswar

ଲୁଗା ସଫା ସହ ସୂର୍ଯ୍ୟାସ୍ତ ପରେ ବର୍ଜନୀୟ ଏହି କାର୍ଯ୍ୟ 

ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁଯାୟୀ କେତୋଟି କାର୍ଯ୍ୟ ସୂର୍ଯ୍ୟାସ୍ତ ପରେ କରିବା ଉଚିତ ନୁହେଁ। ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ …..

ରାତିରେ ଲୁଗା ସଫା କରିବା ଉଚିତ ନୁହେଁ – 

- Advertisement -

ମାନ୍ୟତା ଅନୁଯାୟୀ, ରାତିରେ ଲୁଗା ସଫା କରିବା ଉଚିତ ନୁହେଁ। ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଏହାସହ ସକାଳ ସମୟରେ ସୂର୍ଯ୍ୟଙ୍କ କିରଣରେ ଲୁଗା ଶୁଖିବା ଦ୍ୱାରା ଏଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଆନ୍ତି। 

ଖାଦ୍ୟପଦାର୍ଥ ଘୋଡ଼ାଇ ରଖିବା ଉଚିତ – 

ରାତିରେ କ୍ଷୀର ହେଉ ଅଥବା ଅନ୍ୟ ଖାଦ୍ୟପଦାର୍ଥ ଏହାକୁ ଘୋଡ଼ାଇ ରଖିବା ଉଚିତ। ଏହାକୁ ଫ୍ରିଜରେ ରଖିଲେ ମଧ୍ୟ ଘୋଡ଼ାଇ ରଖିବା ଉଚିତ। ଖାଦ୍ୟ ଖୋଲା ରହିଲେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ମାନ୍ୟତା ରହିଛି। ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟ ଖୋଲା ରହିବା ଦ୍ୱାରା ଏଥିରେ ଧୂଳି ଓ ଅନ୍ୟାନ୍ୟ କ୍ଷୁଦ୍ର ଜୀବାଣୁ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ।

ମାନ୍ୟତା ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ସ୍ନାନ କରିବା ପରେ ମଥାରେ ତିଳକ ଲଗାଇବା ଉଚିତ ନୁହେଁ। ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି ରାତିରେ ଶୋଇବା ସମୟରେ ଏହି ତିଳକ ଅଜାଣତରେ ଆଖି ପଡ଼ିଲେ ଚକ୍ଷୁ ପାଇଁ ଏହା କ୍ଷତିକାରକ ହୋଇଥାଏ। 

ରାତିରେ କ୍ଷୀର ପିଇବା ସମୟରେ ଏଥିରେ ସାମାନ୍ୟ କେସର କିମ୍ବା ହଳଦୀ ମିଶାଇ ପିଅନ୍ତୁ। ଖାଲି କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ ମଧ୍ୟ ହୋଇଥାଏ। ବାରମ୍ବାର ଦେହ ଖରାପ ହୋଇ ଶୋଇ ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। 

ଏହାସହ ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ମହିଳା ହୁଅନ୍ତୁ ଅଥବା ପୁରୁଷ କେଶ କାଟିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ। 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories