www.samajalive.in
Friday, December 12, 2025
19.1 C
Bhubaneswar

ଭାରତ-ଋଷ ସମ୍ପର୍କ ଆଗାମୀ ଦିନରେ ନୂତନ ଶିଖର ଛୁଇଁବ : ଧର୍ମେନ୍ଦ୍ର ପ୍ରଧାନ

• ୨୦୧୯ରେ ଭାରତ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସବୁଠୁ ଭଲ ରହିଛି
• ଦୁଇ ଦେଶ ମଧ୍ୟରେ ଋଣନୈତିକ ସହଯୋଗ ସୁଦୃଢ
• ଭାରତୀୟ ଇସ୍ପାତ୍‍ କ୍ଷେତ୍ରକୁ ମଜବୁତ୍‍ କରିବାରେ ଋଷର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା
• ଦୁଇ ଦେଶ ମଧ୍ୟରେ ଉର୍ଜା ସେତୁ ସଂଯୋଗ ସ୍ଥାପନ
• ଭାରତୀୟ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଋଷ କମ୍ପାନୀକୁ ନିମନ୍ତ୍ରଣ

ନୂଆଦିଲ୍ଲୀ :  ଆଗାମୀ ଦିନରେ ଭାରତ–ଋଷ ସମ୍ପର୍କ ନୂତନ ଶିଖରକୁ ଛୁଇଁବ ବୋଲି ୠଷ ଗଣମାଧ୍ୟମର ଏକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

- Advertisement -

ପ୍ରତିନିଧି ମଣ୍ଡଳିଙ୍କ ସହ ମଙ୍ଗଳବାର ସାକ୍ଷାତ୍‍ ଆଲୋଚନା କରିବା ସମୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୯ରେ ଭାରତ ଏବଂ ଋଣ ଦ୍ୱିପାକ୍ଷିକ ସମ୍ପର୍କ ନୂଆ ସ୍ତରକୁ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ଋଣନୈତିକ ସହଯୋଗ ସୁଦୃଢ ହୋଇଛି । ସେହିପରି ଭାରତୀୟ ଇସ୍ପାତ କ୍ଷେତ୍ରକୁ ମଜବୁତ୍‍ କରିବାରେ ମଧ୍ୟ ଋଷର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ ମଧ୍ୟ ସବୁଠୁ ଅଧିକ ଋଷରୁ ଉଚ୍ଚ କ୍ଷମତା ବିଶିଷ୍ଟ କୋକିଂ କୋଲ୍‍ ଆମଦାନୀ କରିଥାଏ। ଯାହା ଭାରତୀୟ ଇସ୍ପାତ କ୍ଷେତ୍ରରେ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଋଷର ମୋସ୍କୋ ଏବଂ ଭ୍ଲାଡିଭୋଷ୍ଟକ ଗସ୍ତ ସମୟରେ ଋଷ ଏବଂ ଭାରତ ମଧ୍ୟରେ କୋକିଂ କୋଲ୍‍ କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ମଜବୁତ୍‍ ହୋଇପାରିବାର କ୍ଷମତା ଥିବା ସେ ଅନୁଭବ କରିଥିଲେ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ମଧ୍ୟ ଋଷ ସହ ସମ୍ପର୍କ ଭଲ ରହିଛି। ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଦୁଇ ଦେଶ ମଧ୍ୟରେ ଉର୍ଜା ସେତୁ ସଂଯୋଗ ସ୍ଥାପନ ହୋଇଛି । ତୈଳ ଏବଂ ଗ୍ୟାସ ଋଷ ସବୁଠୁ ଅଧିକ ଉତ୍ପାଦନ କରୁଥିବା ବେଳେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ହୋଇସାରିଛି। ଭାରତର ତୈଳ ଏବଂ ଗ୍ୟାସ ଆବଶ୍ୟକତାକୁ ପୂରଣ କରିବାରେ ଋଷର ଭୂମିକା ରହିଥିବା ସେ ପ୍ରକାଶ କରିଛନ୍ତି । ଭାରତ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି। ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ଏହି ଭିତିଭୂମିର ବିକାଶ ପାଇଁ ଦେଶରେ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଇଛି। ଋଷରୁ ଏଲଏନଜି ଆମଦାନୀ ହେଉଥିବାରୁ ଉର୍ଜା ସୁରକ୍ଷାରେ ସ୍ଥିରତା ରହୁଛି।
ଅପରପକ୍ଷରେ ଋଷର ଏଲଏନଜି ଏବଂ ଅଶୋଧିତ ତୈଳ ପାଇଁ ଭାରତ ନୂଆ ସମୁଦ୍ର ପଥ ସନ୍ଧାନରେ ରହିଛି । ଏହି ପଥ ଋଷରୁ ରପ୍ତାନୀ ହେଉଥିବା ଏଲଏନଜି ଦରକୁ ଆହୁରି ହ୍ରାସ କରିବା ସହ ସମୟ ଅପଚୟକୁ ମଧ୍ୟ ବଞ୍ଚାଇବ। ଋଷ ଏବଂ ପୂର୍ବ ଭାରତ ମଧ୍ୟରେ ଏକ ସମୁଦ୍ର ପଥ ତିଆରି ହେଲେ କୋକିଂ କୋଲ୍‍ ଯୋଗାଣରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତୀୟ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ବିଶେଷତଃ ଗ୍ୟାସ ବ୍ୟବସାୟ, ଗ୍ୟାସ ଭିତିଭୂମି ଏବଂ ପେଟ୍ରୋକେମିକାଲରେ ପୁଞ୍ଜିନିବେଶ କରିବା ପାଇଁ ଋଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories