www.samajalive.in
Friday, December 12, 2025
19.1 C
Bhubaneswar

ପ୍ରତ୍ୟାବର୍ତ୍ତନ ସହ ଟେନିସ କୋର୍ଟରେ ସକ୍ରିୟ ସାନିଆ

ହୋବାର୍ଟ  : ବିଜୟ ସହ ଅନ୍ତର୍ଜାତୀୟ ଟେନିସ୍‌ ଜଗତକୁ ଫେରିଛନ୍ତି ଭାରତୀୟ ମହିଳା ତାରକା ସାନିଆ ମିର୍ଜା । ହୋବାର୍ଟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ମହିଳା ଡବଲ୍‌ସ ବିଭାଗର ପ୍ରଥମ ରାଉଣ୍ଡରେ ସାନିଆ ଓ ୟୁକ୍ରେନ୍‌ର ନାଡିଆ କିଚେନକ୍‌ଙ୍କ ଯୋଡି ଜାପାନର ମିୟୁ କାଟୋ ଓ ଓକ୍‌ସାନା କାଲାସନିକୋଭାଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨-୬, ୭-୬, ୧୦-୩ ସେଟ୍‌ରେ ପରାସ୍ତ କରିଥିଲେ। ସୂଚନାଥାଉକି ମାତୃତ୍ବ ଲାଭ ଓ ଆଘାତଜନିତ କାରଣରୁ ଟେନିସ୍‌ରୁ ଦୂରେଇ ରହିଥିବା ସାନିଆ ଦୁଇବର୍ଷ ପରେ ପ୍ରଥମ ମ୍ୟାଚ୍‌ ଖେଳି ବିଜୟୀ ହୋଇଛନ୍ତି।
ଦ୍ବିତୀୟ ରାଉଣ୍ଡରେ ସାନିଆ-କିଚେନକ୍‌ଙ୍କୁ ମୁକାବିଲା ଆମେରିକାର ଭାନିଆ କିଙ୍ଗ୍‌ ଓ ଖ୍ରୀଷ୍ଟିନା ମ୍ୟାହାଲେଙ୍କ ସହ ହେବ। ପାକିସ୍ତାନ କ୍ରିକେଟର୍‌ ସୋଏବ ମଲିକଙ୍କୁ ବିବାହ କରିଥିବା ସାନିଆ ପ୍ରତ୍ୟାବର୍ତ୍ତନ ମ୍ୟାଚ୍ ଜିତିବା ପରେ ଟ୍ବିଟ୍‌ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ଦର୍ଶାଇଛନ୍ତି ଏହା ତାଙ୍କ ଜୀବନର ଅନ୍ୟତମ ସ୍ବତନ୍ତ୍ର ଦିନ ଅଟେ। ଦୀର୍ଘ ୨ ବର୍ଷ ପରେ ଟେନିସ୍‌ କୋର୍ଟକୁ ଫେରିଥିବା ବେଳେ ସାଥୀରେ ତାଙ୍କର ପିତାମାତା ଓ ଛୋଟ ପୁଅ ଥିଲା। ଆଗାମୀ ଦିନରେ ଅଧିକରୁ ଅଧିକ ମ୍ୟାଚ୍‌ରେ ଜିତିବାକୁ ସେ ପ୍ରୟାସ କରିବେ। ସାନିଆ ୨୦୧୭ ଅକ୍ଟୋବରରେ ଶେଷ ମ୍ୟାଚ୍‌ ଖେଳିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories