www.samajalive.in
Monday, December 8, 2025
13.1 C
Bhubaneswar

ସୁନ୍ଦରଗଡ଼ରେ ପୁଣି ଉତ୍ତେଜନା : ୧ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ ଥିମିବାର ନାଁ ନେଉନାହିଁ। ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟରେ ସିଏଏକୁ ବିରୋଧ କରି ମଙ୍ଗଳବାର ୨ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ସିଏଏକୁ  ବିରୋଧ କରି ୨ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି। ଏହି ପଥରମାଡ଼ରେ ଜଣେ ଯୁବକ ଆହତ ଆହତ ହୋଇଥିବାବେଳେ ଆନ୍ଦୋଳନକରୀ ୨ଟି ଅଟୋ ଭାଙ୍ଗିଦେଇଛନ୍ତି। ସେଠାକର ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ ଏକ ପ୍ଲାଟୁନ ଓଏସଏଫ ସହ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଚାପା ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଏସପି ଓ ଏସଡିପିଓ ଉପସ୍ଥିତି ଥିବା ଜଣାପଡ଼ିଛି। ଗଣ୍ଡଗୋଳକାରୀଙ୍କୁ ଆୟତ୍ତ କରିବା ପାଇଁ ପୁଲିସ ମୃଦୁ ଲାଠି ଚାଳନା କରିଛି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories