www.samajalive.in
Monday, December 8, 2025
27.1 C
Bhubaneswar

ଅଜଣା ଗାଡି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ଥାନୀୟଲୋକଙ୍କ ଜାତୀୟ ରାଜପଥ ଅବରୋଧ

କଳାବାଡ଼ିଆ: ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଚାଉଳ ଘେରି ଗ୍ରାମର ୭୦ ବର୍ଷୀୟ ସୁନି ସିଂ। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ବାଇଗଣବାଡ଼ିଆ ପଞ୍ଚାୟତକୁ ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଉଥିଲେ। ୧୮ ନମ୍ବର ଜାତୀୟ ରାଜପଥ ପାର କରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ବୃଦ୍ଧାଙ୍କ ସହିତ ତାଙ୍କ ଝିଅ ଥିଲେ। ସେ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଜାତୀୟ ରାଜପଥରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁ ଥିବାବେଳେ ନିକଟରେ ଅନେକ ଗୁଡିଏ ଶିକ୍ଷାନୁଷ୍ଠାନ ସହିତ ପଞ୍ଚାୟତ କାର୍ଯ୍ୟାଳ, ରେଲୱେ ଷ୍ଟେସନ ଥିବାରୁ ଜାତୀୟ ରାଜପଥ ଉପରେ ଏକ ବାଇପାସ ନିର୍ମାଣ ଦାବି ଏବଂ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ଜାତୀୟ ରାଜପଥକୁ ଦୀର୍ଘସମୟ ଧରି ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ଏସପି ଅଭିମନ୍ୟୁ ନାଏକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories