www.samajalive.in
Wednesday, December 10, 2025
18.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆତ୍ମହୁତି ଆନ୍ଦୋଳନ ପ୍ରତ୍ୟାହୃତ କଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୀର୍ଘଦିନ ଧରି ବାରମ୍ବାର ନିମ୍ନଲିଖିତ ଦାବିଗୁଡିକ ପୂରଣ ପାଇଁ ଆନ୍ଦୋଳନ, ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଘେରାଉ, ଦାରୁଠେଙ୍ଗ ଠାରେ ବିକ୍ଷୋଭ କରିବା ପାଇଁ ଚେତାବନୀ ଦେଇ ଆସୁଥିଲେ। ଜାନୁଆରୀ ୨୬ ତାରିଖ ସୁଦ୍ଧା ଏହି ଦାବିଗୁଡିକ ସମାଧାନ ନହେଲେ ସୁର ରାଉତରାୟ ଜାନୁଆରୀ ୨୭ରେ ଆହ୍ମହୁତି ଦେବେ ବୋଲି ଧମକ ଦେଇଥିଲେ। ଦାରୁଠେଙ୍ଗ ଏବଂ ଜଟଣୀର ୨୭ଟି ଗାଁର ଅଧିବାସୀଙ୍କ ସହିତ ଯାଇ ନବୀନ ନିବାସ ସମ୍ମୁଖରେ ସମୂହ ଆହ୍ମହୁତି ଦେବେ ବୋଲି ସୁର ରାଉତରାୟ ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସୁର ରାଉତରାୟ ଆତ୍ମହୁତି ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସୁର ରାଉତରାୟ ଏହି ସୂଚନା ଦେଇଛନ୍ତି।

ଗତ ଜାନୁଆରୀ ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦାବିଗୁଡିକୁ ବିଚାରକୁ ନେଇ କାର୍ଯ୍ୟ ସଂପାଦନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୁର ରାଉତରାୟ ପ୍ରକାଶ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସଚିବାଳୟରେ ଏସଂପର୍କରେ ଶ୍ରୀ ରାଉତରାୟଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ଶ୍ରୀ ରାଉତରାୟଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବମାନଙ୍କୁ ଡକାଇ ନିମ୍ନ ଦାବିଗୁଡିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଜଟଣୀର ୨୭ଟି ଗ୍ରାମ ଯଥା ବେରୁଆଁ, ବାଇରଙ୍ଗ, ବୁଢ଼ାପଡା, ଭଁସର, ହରିରାଜପୁର, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର, କୁଦିଆରୀ ଓ ଓଘରସୁଅଁ ଇତ୍ୟାଦି ଅଂଚଳର ସ୍ଥିତିବାନ ସଂପତି ଯାହାକି ଭୁଲରେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଛି, ତାହାର ମାଲିକାନା ସତ୍ତ୍ବେ ଅଂଚଳବାସୀଙ୍କୁ ଫେରାଇବା ପାଇଁ ଚୂଡାନ୍ତ ନିଷ୍ପତି ନିଆଗଲା। ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡକୁ ସ୍ଥାନାନ୍ତରିତ କରି ସେଠାରେ ଏକ ଟିଟ୍ମେଂଟ ପ୍ଲାଟଂ ପ୍ରତିଷ୍ଠା ହେବ ଏବଂ ଭୁବନେଶ୍ୱରରେ ପ୍ରତ୍ୟେକ ୱାର୍ଡରେ ଡମ୍ପିଂୟାର୍ଡ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା।

ସେହିପରି କପିଳେଶ୍ୱର ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତି କରିବା ସହିତ କେନାଲ ରାସ୍ତାକୁ ଚାରିଟିକିଆ ରାସ୍ତା ନିର୍ମାଣ କରିବା ସହିତ କପିଳେଶ୍ୱର-ଜଟଣୀ ରୋଡକୁ ଚାରିଟିକିଆ ରାସ୍ତା ନିର୍ମାଣ କରିବା, ଜଟଣୀ ତଳଖେଦା ଠାରୁ ଜଟଣୀ ହରିଭାଇନା ଛକ ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା, କେରଙ୍ଗ ଠାରୁ ହଳଦିଆ ପର୍ଯ୍ୟନ୍ତ ଭାୟା ଟାଙ୍ଗିଆପଡା ରାସ୍ତାକୁ ଚାରିଟିକିଆ ରାସ୍ତା ଏବଂ ଜଟଣୀ ଥାନା ଛକ ଠାରୁ ତିରିମଲ ଭାୟା ବାଛେରା ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା ନିର୍ମାଣ ପାଇଁ ନିଷ୍ପତି ନିଆଗଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories