www.samajalive.in
Wednesday, December 10, 2025
26.1 C
Bhubaneswar

ଯୁବ ସମାଜର ଆଦର୍ଶ ପ୍ରତିନିଧି ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ। ତେଣୁ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ୧୯୮୫ ମସିହାରୁ ୧୨ ଜାନୁଆରୀ, ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇ ଆସୁଛି।

୨୫ ବର୍ଷ ବୟସରୁ ସନ୍ନ୍ୟାସ ଗ୍ରହଣ କରିଥିବା ସ୍ୱାମୀ ବିବେକନନ୍ଦ ଯୁବ ସମାଜ ପାଇଁ ପ୍ରେରଣାର ଏକ ଅନନ୍ୟ ଉତ୍ସ ତଥା ପ୍ରେରଣାର ଭଣ୍ଡାର ଥିଲେ। ତାଙ୍କ ବିଚାର ଓ ଆଦର୍ଶ ଯୁବକ-ଯୁବତୀଙ୍କ ମଧ୍ୟରେ ନୂତନ ଶକ୍ତି ସଞ୍ଚାର କରିବ। ଫଳରେ ସେମାନେ ନିଜ କର୍ତ୍ତବ୍ୟ ବିଷୟରେ ଅବଗତ ହୋଇ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ କରିପାରିବେ। ସ୍ୱାମୀଜୀଙ୍କ ମତ ଅନୁସାରେ, ପ୍ରତ୍ୟେକ ଦେଶର ଯୁବ ସମାଜ ସେ ଦେଶର ଭବିଷ୍ୟତ ହୋଇଥାଏ। ସେମାନଙ୍କ ଉପରେ ଦେଶ ଉନ୍ନତିର ଭାର ଥାଏ। ତେବେ ଆଜିର ସମାଜରେ ଯେଉଁଠି ଭ୍ରଷ୍ଟାଚାର, ଅପରାଧ, ହିଂସାର ରାଜୁତି ଚାଲିଛି, ଏପରି ପରିସ୍ଥିତିରେ ଦେଶର ଯୁବ ଶକ୍ତିକୁ ଜାଗ୍ରତ କରିବା ଓ ଦେଶ ପ୍ରତି ତାଙ୍କ କର୍ତ୍ତବ୍ୟ ବିଷୟରେ ଅବଗତ କରାଇବା ନିହାତି ଆବଶ୍ୟକ। ସ୍ୱାମୀଜୀଙ୍କ ପରାମର୍ଶ ଓ ଦର୍ଶନଶାସ୍ତ୍ରରେ ସେହି କ୍ରାନ୍ତି ଓ ତେଜ ଅଛି ଯାହା ସମ୍ପୂର୍ଣ୍ଣ ଯୁବପିଢିକୁ ନୂତନ ଦିଗ୍‍ଦର୍ଶନ ଦେବା ସହ ସେମାନଙ୍କ ହୃଦୟକୁ ଭେଦ କରିପାରିବ। ସେମାନଙ୍କ ମଧ୍ୟରେ ନୂତନ ଶକ୍ତି ଓ ସକରାତ୍ମକ ଚିନ୍ତାଧାରା ସଞ୍ଚାର କରିପାରିବ।

- Advertisement -

ସ୍ୱାମୀଜୀ କହିଥିଲେ, ଭାରତ ପୁଣି ଏହି ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରି ବିଶ୍ୱ ଗୁରୁ ହେଉ। ଏହାହିଁ ମୋ ଜୀବନର ସ୍ୱପ୍ନ ଏବଂ ଏନେଇ ଯୁବ ସମାଜଠାରୁ ମୋର ବହୁତ ଆଶା ରହିଛି।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories