www.samajalive.in
Wednesday, December 10, 2025
26.1 C
Bhubaneswar

ଇରାନ – ନିଆଁ ଲାଗିଥିଲେ ବି ବିମାନ କର୍ମଚାରୀ ସାହାଯ୍ୟ ମାଗିନଥିଲେ

ଡେସ୍କ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନରେ ଗତ ନିଆଁ ଲାଗିଯାଇ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସେଥିରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ୧୭୬ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ନୂଆ ତଥ୍ୟ ମିଳିଛି। ୟୁକ୍ରେନ ଆନ୍ତର୍ଜାତିକ ଏୟାରଲାଇନ୍ସର ବୋଇଙ୍ଗ ବିମାନ ୭୩୭-୮୦୦ରେ ନିଆଁ ଲାଗିବା ପରେ ବିମାନରେ ଥିବା କର୍ମଚାରୀ ଓ ପାଇଲଟ ଜାଣିପାରିଥିଲେ ଓ ବିମାନକୁ ଫେରେଇ ଆଣି ପୁଣି ଅବତରଣ କରାଇବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଗ୍ରାଉଣ୍ଡ ଷ୍ଟେସନକୁ ସାହାଯ୍ୟ ପାଇଁ କଲ କରି ନ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସେହି ସମୟରେ ଅନ୍ୟ ଏକ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ କହିଛନ୍ତି ଯେ, ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଜଳୁଥିଲା। ତେବେ ସେଥିରେ ୪ ଘଣ୍ଟାର ଯାତ୍ରା ପାଇଁ ସମ୍ପୂର୍ଣ୍ଣ ତେଲ ଭର୍ତ୍ତି କରାଯାଇଥିବାରୁ, ଜଳନ୍ତା ବିମାନଟି ଭୂମି ସ୍ପର୍ଶ କରିବା ମାତ୍ରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଜଣେ ତଦନ୍ତକାରୀ କହିଛନ୍ତି। ଅନ୍ୟ ଏକ ସୂଚନା ଅନୁଯାୟୀ, ବିମାନଟି ରନ ୱେରୁ ପଶ୍ଚିମ ମୁହାଁ ହୋଇ ଉଠିଥିଲା ଓ ତ୍ରୁଟି ଦେଖାଦେବା ପରେ ପୁଣି ବିମାନଘାଟିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଦିଗ ବଦଳାଇ ଥିଲା। ଉପରକୁ ୮ ହଜାର ଫୁଟ ଉଠିବା ପରେ ବିମାନର ଅବସ୍ଥିତି ରାଡ଼ାରରେ ଦେଖା ଯାଇନଥିଲା। ଦେଖନ୍ତୁ ଭିଡିଓ – (Courtesy – Aljazeera News)

- Advertisement -

ଏହି ତିନି ବର୍ଷ ପୁରୁଣା ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି ଓ ତଦନ୍ତ କାର୍ଯ୍ୟ ଜାରି ରହିଥିବା ଇରାନ ପରିବହନ ମନ୍ତ୍ରୀ ମହମ୍ମଦ ଇସଲାମି କହିଛନ୍ତି। ମୃତକ ମାନଙ୍କ ମଧ୍ୟରେ ଇରାନର ୧୪୬ ଜଣ ନାଗରିକ ଥିବା ବେଳେ ୟୁକ୍ରେନର ୧୧, କାନାଡ଼ାର ୫ ଓ ସ୍ୱିଜରଲାଣ୍ଡର ୪ ଜଣ ନାଗରିକ ଥିବା ଜଣାପଡିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories