www.samajalive.in
Tuesday, December 9, 2025
23.1 C
Bhubaneswar

୮ ଦିନରୁ ବିବାହିତା ମହିଳା ନିଖୋଜ : ହତ୍ୟା ସନ୍ଦେହ, ସ୍ୱାମୀ ସହିତ ପରିବାର ଫେରାର

ସମ୍ବଲପୁର : ସମ୍ବଲପୁରର ଧନୁପାଲୀ ଥାନା ଅର୍ନ୍ତଗତ ସାକ୍ଷୀପଡା ଅଞ୍ଚଳରେ ରହୁଥିବା ଆରତୀ ଦେବୀ ନାମକ ଜଣେ ବିବାହିତା ମହିଳା ୮ ଦିନ ହେବ ନିଖୋଜ ଅଛନ୍ତି। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥଇଲା। ଏହା ପରେ ୧ ତାରିଖରେ ଆରତୀ ଦେବୀ ହଠାତ ନିଖୋଜ ହୋଇଯାଇଥିଲେ। ତେବେ ସ୍ୱାମୀ କୁନାଲ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ  ନିଖୋଜ ଥିବା ନେଇ ୩ ତାରିଖରେ ଧନୁପାଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ହଠାତ କୁନାଲଙ୍କ ପରିବାରଲୋକେ ୫ ତାରିଖ ସକାଳୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପ୍ରାପ୍ତସୂଚନାନୁଯାୟୀ, ବିହାର ରାଜ୍ୟର ଆରା ଜିଲା ଅର୍ନ୍ତଗତ ଚାନ୍ଦି ଥାନା ଅଧିନସ୍ଥ ଯୁକ୍ତା ଗ୍ରାମର ମୂଳ ନିବାସୀ ତଥା ସାକ୍ଷୀପଡା ବାହାଲପଡାରେ ରହୁଥିବା କୁନାଲ ସିଂହ ଓରଫ ଯାଦବଙ୍କର ପ୍ରାୟ ଦେଢ଼ ବର୍ଷ ପୁର୍ବେ ଆରତୀ ଦେବୀଙ୍କ ସହିତ ବିବାହ ହୋଇଥିଲା। ଆରତୀଙ୍କର ବାପା ଘର ମଧ୍ୟ ବିହାରର ଆରା ଜିଲାର ସନ୍ଦେଶ ଥାନା ଅର୍ନ୍ତଗତ ପଣ୍ଡୁରା ରାମପୁରରେ ଅଟେ। ଗତ ୩୧ ତାରିଖ ରାତ୍ରୀରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ଏହା ପରେ ୧ ତାରିଖରେ ଆରତୀ ଦେବୀ ହଠାତ ନିଖୋଜ ହୋଇଯାଇଥିଲେ। ତେବେ ସ୍ୱାମୀ କୁନାଲ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆରତୀଙ୍କର ବାପାଙ୍କୁ ଫୋନ କରି ସେ ନିଖୋଜ ଥିବାର ଜଣାଇବା ସହିତ ୩ ତାରିଖରେ ଧନୁପାଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଣୁ ପୁଲିସ ଏକ ନିଖୋଜ ମାମଲା ନଂ ୧/୨୦୨୦ ରୁଜୁ କରି ତାଙ୍କୁ ଖୋଜୁଥିଲା। ତେବେ ହଠାତ କୁନାଲ ଓ ତାଙ୍କର ବାପା ଶ୍ୟାମବାବୁ, ମାଆ,  ବଡ ଭାଇ ସୋନୁ ଯାଦବ ଏବଂ ପରିବାରବର୍ଗ ୫ ତାରିଖ ସକାଳୁ କାହାରିକୁ କିଛି ନ କହି ଅର୍ନ୍ତଧ୍ୟାନ ହୋଇଯାଇଥିଲେ। ଇତି ମଧ୍ୟରେ ଝିଅ ଆରତୀର କୌଣସି ଖୋଜଖବର ନ ମିଳିବା ଏବଂ କୁନାଲ ଓ ତାରି ପରିବାରର ମୋବାଇଲ ନମ୍ବର ବନ୍ଦ ରହିବାରୁ ୭ ତାରିଖ ଦିନ ତାଙ୍କର ବାପା ସତେନ୍ଦ୍ର ସିଂହ ଓ ମାମୁଁ ରାମ ପ୍ରକାଶ ସିଂହ ସମ୍ବଲପୁର ପହଞ୍ଚିଥିଲେ। କିନ୍ତୁ ଘରେ ଗାଈଗୋରୁ ଗୁହାଳରେ ବନ୍ଧା ହୋଇଥିବା ବେଳେ ଘରେ ତାଲା ଲାଗିଥିବାର ଦେଖିଥିଲେ। ଏଣୁ ପାଖ ପଡିଶାରେ ପଚରାଉଚୁରା କରିବା ପରେ ୫ ତାରିଖରୁ କୁନାଲ ଓ ତାଙ୍କର ପରିବାରକୁ କେହି ଦେଖି ନ ଥିବାର କହିଥିଲେ। ଅନ୍ୟ ପଟରେ କୁନାଲ ଚଳାଉଥିବା ଏକ ଅଟୋ ସେହି ପାଖରେ ରହିଥିବାର କହିଥିଲେ।

- Advertisement -

ଏଣୁ ସେମାନେ ତୁରନ୍ତ ଧନୁପାଲୀ ଓ ମହିଳା ପୁଲିସ ନିକଟକୁ ଯାଇ ଏ ସର୍ମ୍ପକରେ ଜଣାଇଥିଲେ। ତେବେ ପୁଲିସ ଏ ସର୍ମ୍ପକରେ ତଦନ୍ତ କରିବା ପରେ ବୁଧବାର ରାତ୍ରୀ ପ୍ରାୟ ସାଢ଼େ ୧୦ଟା ରେ ବନ୍ଦ ପଡିଥିବା କୁନାଲଙ୍କ ଘରକୁ ଯାଇଥିଲା। ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ପୁଲିସ ଘର ତାଲା ଭାଙ୍ଗିଥିଲା। ମାଟି ଘର ମଧ୍ୟରେ ପୁଲିସକୁ କିଛି ସନ୍ଦେହଜନକ ବସ୍ତୁ ମିଳିଥିବା ବେଳେ ଏକ କୋଠରୀର ଖଟ ତଳ ଅଞ୍ଚଳଟିକୁ ସମ୍ପୁର୍ଣ୍ଣ ନୂତନ ମାଟିରେ ପୋତାଯାଇଥିବାର ମିଳିଥିଲା। ପୁଲିସ ଯାଞ୍ଚ ସମୟରେ ସେହି ଅଞ୍ଚଳର ମାଟିକୁ ସାମନ୍ୟ ଦବାଇବାରୁ ତାହା ଭିତରକୁ ପଶିଯାଇଥିଲା। ଘର ମଧ୍ୟରୁ ଏକ ଛୁରୀ ସହିତ ଅନ୍ୟାନ୍ୟ ସନ୍ଦେହଜନକ ସାମଗ୍ରୀ ପୁଲିସ ଜବତ କରିଛି। ଏହା ସହିତ ସେହି କୋଠରୀ ମଧ୍ୟରେ ଏକ ଦୀପ ଜଳାଯାଇଥିବାର ମଧ୍ୟ ପୁଲିସ ଜାଣିବାକୁ ପାଇଛି। ଏଣୁ ବୋଧହୁଏ ଆରତୀ ଦେବୀଙ୍କୁ ହତ୍ୟା କରାଯାଇ ସେହି ସ୍ଥାନରେ ମାଟି ଖୋଳି ପୋତା ଯାଇଛି ଅଥବା ମୃତଦେହକୁ ନେବା ପୂର୍ବରୁ ସେଠାରେ ଦୀପ ଜଳାଇ ରଖାଯାଇ ପରେ ଅନ୍ୟତ୍ର ନିଆଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଅଧିକ ରାତ୍ରୀ ହୋଇଯାଇଥିବାରୁ ପୁଲିସ ଘରକୁ ସିଲ କରିଦେଇଛି ଏବଂ ଗୁରୁବାର ସକାଳୁ ପୁଣି ଥରେ ଘର ଖୋଲି ଯାଞ୍ଚ କରିବ ବୋଲି ପୁଲିସ କହିଛି।

ଯାଞ୍ଚ ସମୟରେ ସଦର ଏସଡିପିଓ ତପନ କୁମାର ମହାନ୍ତି, ଧନୁପାଲୀ ଥାନାଧିକାରୀ କମଳ କୁମାର ପଣ୍ଡା, ମହିଳା ଥାନାଧିକାରୀ ଅନୀତା ପ୍ରଧାନ, ଅଇଁଠାପାଲୀ ଥାନାଧିକାରୀ ଯୋଗେଶ ପଣ୍ଡା ଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ  ମାନେ ଉପସ୍ଥିତ ଥିଲେ। ଏ ସର୍ମ୍ପକରେ ମହିଳା ଥାନାରେ ଜେନେରାଲ ଡାଏରୀ ମାମଲା ନଂ ୧୫ ରୁଜୁ କରାଯାଇଛି। ଏହା ସହିତ କୁନାଲର ଗୋଟିଏ ଅଟୋ ଥିବା ବେଳେ ଅନ୍ୟ ଏକ ଅଟୋ ଭଡା ସୂତ୍ରରେ ଆଣି ଚଳାଉଥିଲା। ଏଣୁ ପୁଲିସ ଦୁଇ ଅଟୋକୁ ଜବତ କରି ଥାନାରେ ରଖିଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories