www.samajalive.in
Sunday, December 14, 2025
14.1 C
Bhubaneswar

ସିଏଏ ନେଇ ରାଜ୍ୟ ବିଜେପିର ଜନଜାଗରଣ ଯାତ୍ରା : ମହାକାଳପଡ଼ାରେ ଶୁଭାରମ୍ଭ କଲେ କୁଲସ୍ତେ

ଭୁବନେଶ୍ବର/ ମହାକାଳପଡା :  ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ଆଜିଠାରୁ ଜନଜାଗରଣ ଯାତ୍ରା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ।

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଗ୍ରାମର ରାମଚଣ୍ଡୀ ମନ୍ଦିର ନିକଟରେ ଏକ ବିଶାଳ ଜନଜାଗରଣ ସଭା ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଦ୍ବାରା କୌଣସି ଭାରତୀୟ ନାଗରିକଙ୍କର ନାଗରିତ୍ବ କେହି ଛଡାଇ ନେବେ ନାହିଁ । ବରଂ ଅନେକ ଶରଣାର୍ଥୀଙ୍କୁ ନାଗରିକତା ମିଳିବ। ବିଶେଷକରି ମହାକାଳପଡ଼ା ବ୍ଲକରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ଆଇନ ସଂପର୍କରେ ଦଳୀୟ ନେତାମାନେ ସଚେତନ କରାଇଛନ୍ତି । କଂଗ୍ରେସ ତଥା ବିରୋଧୀଦଳ ପକ୍ଷରୁ ଏ ନେଇ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାବେଳେ ବିଜେପି ପକ୍ଷରୁ ଦେଶବ୍ୟାପୀ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ସଭାରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ଭୁବନମୋହନ ଜେନା, ବିଷ୍ଣୁ ଦାସ, ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତ୍ରୀ ପ୍ରଭାତି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

- Advertisement -


ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ତଥା ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟ ନାଗରିକ ନିଜର ନାଗରିକତା ହରାଇବେ ନାହିଁ । ଅନେକ ତର୍କ, ବିତର୍କ ଓ ଆଲୋଚନା ପରେ ଏହି ବିଧେୟକ ସଂସଦର ଅନୁମୋଦନ ଲାଭ କରିବା ସହ ଆଇନରେ  ପରିଣତ ହୋଇଛି । ତେଣୁ ଏହାକୁ ଲାଗୁ କରିବାରେ ବିଜେପି ଇଞ୍ଚେ ମାତ୍ର ପଛଘୁଞ୍ଚା ଦେବେ ନାହିଁ।
ଏହି ଅବସରରେ ଆସନ୍ତାକାଲି କଟକରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯିବ। କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଜନଜାଗରଣ ଯାତ୍ରା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ସାଧାରଣ ସଭା ଏବଂ ଶୋଭାଯାତ୍ରାମାନର ଆୟୋଜନ କରାଯାଉଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନ୍‍ ନେଇ ସଚେତନତା ର‍୍ୟାଲିମାନ ଆୟୋଜନ କରାଯାଉଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories