www.samajalive.in
Thursday, December 11, 2025
15.1 C
Bhubaneswar

ଚିକିତ୍ସା ଅବହେଳାରେ ଛାତ୍ରୀ ମୃତ୍ୟୁ ଅଭିଯୋଗ

ପାଟଣା: କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ଚିକିତ୍ସା ଅବହେଳାରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ତପସ୍ବିନୀ ହେମ୍ବ୍ରମ ବୋଲି ଜଣାପଡ଼ିଛି।

ସୂଚନା ଅନଯାୟୀ, ଛାତ୍ରୀ ଜଣଙ୍କ ନବୋଦୟ ଷଷ୍ଠ ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରସ୍ତୁତି କରୁଥିଲେ। ଗତ ୫ଦିନ ତଳେ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସରେ ରହୁଥିବା ୫ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ  ଚିକିତ୍ସା ପାଇଁ ନିଆଯାଇଥିଲା। ସେମାନଙ୍କୁ ପ୍ରତିଷେଧକ ଦିଆଯିବା ସହ ବିଦ୍ୟାଳୟକୁ ପଠାଇ ଦିଆଯାଇଥିଲା। ଡାକ୍ତରଖାନାରୁ ଫେରିବା ପରେ ତପସ୍ବିନୀକୁ ଘରକୁ ପଠାଇ ଦିଆଯାଇଥିଲା। ତେବେ ମଙ୍ଗଳବାର ରାତିରେ ତପସ୍ବିନୀ ଅସୁସ୍ଥ ହୋଇପଡିବାରୁ ଘର ଲୋକ ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମଙ୍ଗଳବାର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ତପସ୍ବିନୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

- Advertisement -

ଜଣାପଡିଛି ଯେ,  ଛାତ୍ରୀନିବାସର ବୋରିଂ ଅଚଳ ହୋଇପଡିଥିବାରୁ ଛାତ୍ରୀମାନେ ଅସ୍ବଚ୍ଛ ପାଣି ପିଇ ଝାଡାବାନ୍ତିର ଶୀକାର ହୋଇଥିଲେ । ସମୟପଯୋଗୀ ଚିକିତ୍ସା କରାନଯିବା ଯୋଗୁଁ ତପସ୍ବିନୀକୁ ଜୀବନ ହରାଇବାକୁ ପଡିଥିବା ଅଭିଯୋଗ ହୋଇଛି। ତପସ୍ବିନୀଙ୍କ ପିତା ରାଇସୁଆଁ  ଗ୍ରାମରେ କୌଣସି କାରଣରୁ ଅନୁପସ୍ଥିତ ଥିବା ବେଳେ ତପସ୍ବିନୀକୁ ଅସୁସ୍ଥ ଅବସ୍ଥାରେ କିପରି ତାଙ୍କ ମାଆଙ୍କ ସହ ଘରକୁ ପଠାଇଦିଆଗଲା ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି ହୋଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories