www.samajalive.in
Thursday, December 11, 2025
23.1 C
Bhubaneswar

ନବବର୍ଷ ଅବସରରେ ଲୋକାରଣ୍ୟ ହୋଇ ଉଠିଛି ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିର

ପୁରୀ/ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୦। ଏହି ଅବସରରେ ଲୋକେ ବିଭିନ୍ନ ମନ୍ଦିରମାନଙ୍କୁ ଯାଇ ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି। ନବବର୍ଷ ପାଇଁ ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିର ଲୋକାରଣ୍ୟ ହୋଇଉଠିଛି। ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷ ଭଲରେ ଅତିବାହିତ ହେଉ ବୋଲି ଆଶୀର୍ବାଦ ନେଉଛନ୍ତି।
ସେହିପରି ପୁରୀ ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ରାତି ୧ଟାରୁ ମନ୍ଦିରର ଦ୍ୱାର ଖୋଲା ରହିଛି। ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ପ୍ରଭୁଙ୍କ ସ୍ୱତନ୍ତ୍ର ନୀତିର ଆୟୋଜନ ହୋଇଛି। ତେଣୁ ରାତିରୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ଆରମ୍ଭ ହୋଇଥିଲା। ନବବର୍ଷ ଉପଲକ୍ଷେ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ମନ୍ଦିରକୁ ସଜାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଡ଼ି ଗୁଡ଼ିକର ପାର୍କିଂ ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡ଼ିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡ଼ିୟମରେ ବ୍ୟବସ୍ଥା ହୋଇଛି। ସେହିପରି ମାର୍କେଟ ଛକ, ମୋଚିସାହି ଓ ନୀଳାଚଳ ଅଶୋକଠାରେ ବାଇକ ପାର୍କିଂସ୍ଥଳ କରାଯାଇଛି। ଏହାସହ ପୁରୀ ସହରକୁ ଆଜି କୌଣସି ଭାରୀଯାନ ପ୍ରବେଶ କରିପାରିବ ନାହିଁ ବୋଲି ପୁଲିସ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି। ବଡ଼ଦାଣ୍ଡ ସମେତ ୬୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।
ସେହିପରି ନବବର୍ଷ ଅବସରରେ ରାଜ୍ୟର ଅନ୍ୟାନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭକ୍ତଙ୍କ ବେଶ ଭିଡ଼ ଜମିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories