www.samajalive.in
Thursday, December 11, 2025
23.1 C
Bhubaneswar

ବିହାରରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ପୁଲିସକୁ ପଥର ମାଡ଼

ବୈଶାଳୀ: ବିହାରର ବୈଶାଳୀ ଅଞ୍ଚଳରେ ଜଣେ କଂଗ୍ରେସ ନେତା ରାକେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶନିବାର ସକାଳେ ରାକେଶ ଜିମ୍‌ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଯୁବ କଂଗ୍ରେସର ପୂର୍ବତନ ମହାସଚିବ ରାକେଶ ନିୟମିତ ସକାଳ ସମୟରେ ଜିମ୍‌ ଯାଆନ୍ତି। ଶନିବାର ସେ ଜିମ ଯାଉଥିବାବେଳେ ସିନେମା ରୋଡ୍‌​‌ ନିକଟରେ ଦୁର୍ବୃତ୍ତମାନେ ବାଇକରେ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଦୁର୍ବୃତ୍ତମାନେ ଦିବାଲୋକରେ ଏଭଳି କାଣ୍ଡ ଘଟାଇବାକୁ ପଛାଉନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପରି କି ଘଟଣା ପରେ ପୁଲିସ ଏବଂ ସ୍ଥାନୀୟ ଏସପି ସେଠା​‌ରେ ପହଞ୍ଚିଥିଲେ। ପୁଲିସର ନିଷ୍କ୍ରିୟତାକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହା ସହିତ ଲୋକମାନେ ଅନେକ ଦୋକାନ ଭଙ୍ଗାରୁଜା କରିଥିଲେ। ପୁଲିସ କହିଛି ଯେ, ହତ୍ୟାର କାରଣ ଏଯାଏ ଜଣାପଡ଼ି ନାହିଁ। ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥାଇପାରେ। ଘଟଣାସ୍ଥଳରୁ ୩ଟି ଖୋକା ଜବତ ହୋଇଛି। ଆଖପାଖ ଅଞ୍ଚଳର ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories