www.samajalive.in
Tuesday, December 9, 2025
15.1 C
Bhubaneswar

ଦିଲ୍ଲୀରେ ଅସହ୍ୟ ଥଣ୍ଡା, ୧.୭ ଡିଗ୍ରୀକୁ ଖସିଲା ତାପମାତ୍ରା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ଚଳିତବର୍ଷ ଶୀତର ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଅସହ୍ୟ ଥଣ୍ଡା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ରାତିରେ ଏଠାରେ ତାପମାତ୍ର ୪.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଶନିବାର ସକାଳେ ସର୍ବନିମ୍ନ ୧.୭ ଡିଗ୍ରୀରେ ପହଞ୍ଚିଛି। ଦିଲ୍ଲୀର ଲୋଧି ରୋଡ୍‌ରେ ଏହି ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଶନିବାର ସକାଳ ସାଢ଼େ ୮ଟାରେ ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭରେ ତାପମାତ୍ରା ୨.୪ ଡିଗ୍ରୀରେ ପହଞ୍ଚିଥିଲା। ସେହିପରିପାଲମରେ ୩.୧ ଡିଗ୍ରୀ, ଲୋଧି ରୋଡ୍‌ରେ ୧.୭ ଡିଗ୍ରୀ ଏବଂ ଆୟା ନଗରରେ ୧.୯ ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୧୮ ବର୍ଷ ମଧ୍ୟରେ ଏହା ହେଉଛି ୨ୟ ଡିସେମ୍ବର ମାସ, ଯେଉଁ ସମୟରେ ଦିଲ୍ଲୀରେ ଏଭଳି ଥଣ୍ଡା ଅନୁଭୂତ ହେଉଛି। ଏହା ପୂର୍ବରୁ ୧୯୯୭ରେ ଦିଲ୍ଲୀରେ ଏଭଳି ଥଣ୍ଡା ଅନୁଭୂତ ହୋଇଥିଲା। ଗତ ରାତିରେ ରାଜଧାନୀର ତାପମାତ୍ରା କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ଏବଂ ୩.୬ ଡିଗ୍ରୀ ମଧ୍ୟରେ ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories