www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଥମ ଟେଷ୍ଟମ୍ୟାଚ୍‌: ଅଷ୍ଟ୍ରେଲିଆର ବିଶାଳ ସ୍କୋର୍

ମେଲବୋର୍ଣ୍ଣ : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ବକ୍ସିଂ ଡେ ​ଟେଷ୍ଟମ୍ୟାଚ୍‌ରେ ମଜ୍‌ଭୁତ ସ୍ଥିତିରେ ପହଞ୍ଚି ପାରିଛି ଘରୋଇ ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ଙ୍କ ଶତକ ସହ ମାର୍ନସ ଲାବୁସାନ୍, ଷ୍ଟିଭେନ୍ ସ୍ମିଥ୍ ଓ ଅଧିନାୟକ ଟିମ୍ ପେନ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଶୁକ୍ରବାର ୨ୟ ଦିନରେ ପ୍ରଥମ ଇନିଂସରେ ୪୬୭ ରନ୍‌କରି ଅଲ୍ଆଉଟ ହୋଇଯାଇଛି। ପରେ ଅଷ୍ଟ୍ରେଲିଆର ପେସ୍ ବୋଲର ଜଲ୍‌ଦି ଦଳକୁ ସଫଳତା ଦେଇଛନ୍ତି। ୨ୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୪୪ ରନ୍ କରିପାରିଛି। ୮ଟି ପ୍ରଥମ ଇନିଂସ ୱିକେଟ ବାକିଥିବା ବେଳେ ନ୍ୟୁଜିଲାଣ୍ଡ ଏବେ ୪୨୩ ରନ୍ ପଛରେ ରହିଛି। ଫଲୋଅନ୍ ଏଡ଼ାଇବା ନ୍ୟୁଜିଲାଣ୍ଡର ପ୍ରଥମ ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ନ୍ୟୁଜିଲାଣ୍ଡକୁ ଆଉ ୨୨୩ ରନ୍ କରିବାକୁ ପଡ଼ିବ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଓପ୍‌ନିଂ ଯୋଡ଼ିରେ ୨୩ ରନ୍ କରିଥିଲେ। ଟମ୍ ବ୍ଲଣ୍ଡେଲ ୨ଟି ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ତେବେ ଦିନର ଶେଷଆଡ଼କୁ ଅଷ୍ଟ୍ରେଲିଆକୁ ବଡ଼ ସଫଳତା ମିଳିଥିଲା; ଯେତେବେଳେ ଅଧିନାୟକ ତଥା ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ କେନ୍ ୱିଲିୟମ୍‌ସନ୍ ପୁଲ୍ ମାରିବା ପ୍ରୟାସରେ ୱିକେଟ ରକ୍ଷକ ଟିମ୍ ପେନ୍‌ଙ୍କୁ କ୍ୟାଚ୍ ଦେଇଥିଲେ। ୱିଲିୟମ୍‌ସନ ୯ ରନ୍ କରିଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଓପ୍‌ନର ଟମ୍ ଲାଥାମ୍ ୯ ଓ ରସ୍ ଟେଲର ୨ ରନ୍‌କରି କ୍ରିଜ୍‌ରେ ଅଛନ୍ତି। ଜେମ୍‌ସ ପ୍ୟାଟିନ୍‌ସନ ଓ ପ୍ୟାଟ୍‌ କମିନ୍‌ସ ଉଭୟ ୱିକେଟ ଭାଗ କରିଛନ୍ତି।
ପ୍ରଥମ ଦିନ ଶେଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪ ୱିକେଟ୍‌ରେ ୨୫୭ ରନ୍‌ କରିଥିଲା। ୨ୟ ଦିନରେ ମଧ୍ୟ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କ ରାଜୁତି ଦେଖିବାକୁ ମିଳିଥିଲା। ଟ୍ରାଭିସ୍ ହେଡ୍‌ଙ୍କ ସହ ୫ମ ୱିକେଟ ପାଇଁ ୬୮ ରନ୍ ଯୋଡ଼ିବା ପରେ ଷ୍ଟିଭେନ୍ ସ୍ମିଥ୍‌ ଆଉଟ ହୋଇଥିଲେ। ସ୍ମିଥ୍ ୨୪୨ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୮୫ ରନ୍ କରିଥିଲେ। ୨୮୪ ରନ୍‌ରେ ଅଷ୍ଟ୍ରେଲିଆ ୫ଟି ୱିକେଟ ହରାଇବା ପରେ ଟ୍ରାଭିସ୍ ହେଡ୍‌ ଓ ଟିମ୍ ପେନ୍ ମାରାଥନ୍ ଭାଗିଦାରୀ କରି ୬ଷ୍ଠ ୱିକେଟ ପାଇଁ ୧୫୦ ରନ୍ ଯୋଗ କରିଥିଲେ। ଅଧିନାୟକ ପେନ୍ ୧୩୮ ବଲ୍‌ରୁ ୯ଟି ଚୌକା ସହ ୭୯ ରନ୍ ସ୍କୋର୍ କରିଥିଲେ। ପରେ ଟ୍ରାଭିସ୍ ହେଡ୍‌ ଗୋଟିଏ ପଟେ ଲଢ଼ୁଆ ବ୍ୟାଟିଂ କରିଥିଲେ। ମିଚେଲ ଷ୍ଟାର୍କ ୧ ଓ ନାଥାନ୍ ଲାୟନ୍ ୧ ରନ୍ ଲେଖାଏଁ କରିଥିଲେ। ବାମହାତି ଟ୍ରାଭିସ୍ ହେଡ୍‌ ୨ୟ ଟେଷ୍ଟ ଶତକ ହାସଲ କରିଥିଲେ। ହେଡ୍‌ ୨୩୪ ବଲ୍‌ ଖେଳି ୧୨ଟି ଚୌକା ସହ ୧୧୪ ରନ୍ କରିଥିଲେ। ନିଲ୍‌ ୱାଗ୍‌ନର ୪ଟି, ଟିମ୍ ସାଉଦି ୩ଟି ଓ କଲିନ୍ ଡି ଗ୍ରାଣ୍ଡହୋମ୍ ୨ଟି ୱିକେଟ ନେଇଥିଲେ। ୩୩ ରନ୍‌ରେ ଅଷ୍ଟ୍ରେଲିଆ ଶେଷ ୫ଟି ୱିକେଟ ହରାଇ ୪୬୭ ରନ୍‌ରେ ଅଲ୍‌ଆଉଟ ହୋଇଥିଲା।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories