www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରିବାର ବାତାବରଣ ତିଆରି କରୁଛି। ବିଭିନ୍ନ ସମୟରେ ଭାରତର ସମ୍ବିଧାନ, ଭାରତର ବିଧି ନିର୍ଣ୍ଣାୟକ ବ୍ୟବସ୍ଥା ତଥା କୋର୍ଟ ଇତ୍ୟାଦିର ଉଲ୍ଲିଖିତ ପ୍ରସଙ୍ଗଗୁଡ଼ିକର ଭୁଲ୍‍ ଅର୍ଥ ବାହାର କରି ଦେଶରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛି। ଏହାକୁ ବିଜେପି କଠୋର ଶବ୍ଦରେ ନିନ୍ଦା କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗୁରୁବାର ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ଏପରି କହିଛନ୍ତି।
ସେ ଆହୁରି କହିଛନ୍ତି, ବିଜେପି ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ଲାଗି ଜାନୁଆରୀ ମାସ ବ୍ୟାପୀ ରାଜ୍ୟରେ ୧ କୋଟି ଲୋକଙ୍କ ପାଖରେ ପ୍ରତ୍ୟକ୍ଷ ପହଞ୍ଚିବ। ସାରା ଭାରତ ବର୍ଷରେ ୩ କୋଟି ପରିବାର ନିକଟରେ ଆମେ ଜନସମ୍ପର୍କ ମାଧ୍ୟମରେ ପହଞ୍ଚିବୁ।
ଧର୍ମେନ୍ଦ୍ର କହିଛନ୍ତି, ଏହା ଏକ ନୂଆ ପ୍ରସଙ୍ଗ ନୁହେଁ। ଯେଉଁ ପ୍ରସଙ୍ଗ ସିଏଏ ମାଧ୍ୟମରେ ଆଜି ଅଣାଗଲା ତାକୁ ନେଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ଲିୟାକତ୍‍ଙ୍କ ମଧ୍ୟରେ ୧୯୫୦ ମସିହାରେ ବୁଝାମଣା ହୋଇଥିଲା। ଯାହାକୁ ନେହେରୁ ଲିୟାକତ୍‍ ଚୁକ୍ତିନାମାର ପରିଚୟ ଦେଇଥିଲେ। ଏହା ବ୍ୟତୀତ ଆହୁରି ଅନେକ ଥର ଏ ପ୍ରସଙ୍ଗ ଉଠିଛି। ଇନ୍ଦିରା ଗାନ୍ଧୀ ମଧ୍ୟ ନାଗରିକତା ଆଇନକୁ ପରିବ୍ୟାପ୍ତ କରି ବାଂଲାଦେଶରୁ ଆସିଥିବା ଭାଇଭଉଣୀମାନଙ୍କୁ ଭାରତର ନାଗରିକତା ଦେଇଛନ୍ତି। ଶ୍ରୀଲଙ୍କାରୁ ଆସିଥିବା ତାମିଲ ଭାଇଭଉଣୀମାନଙ୍କୁ ୩ ଥର ଏ ଦେଶରେ ନାଗରିକତା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଉଗାଣ୍ଡାରୁ ଆସିଥିବା ଭାରତୀୟ ବୃହଦ୍ଭବ ଲୋକମାନଙ୍କୁ ସାମୂହିକ ଭାବେ ନାଗରିକତା ଦିଆ ଯାଇଛି। ବିଶିଷ୍ଟ ଗାୟକ ଅଦନାନ ସାମୀଙ୍କୁ ନିକଟରେ ନାଗରିକତା ମିଳିଛି। ଏହା ବ୍ୟତୀତ ଆହୁରି ଅନେକ ରହିଛନ୍ତି।
କିନ୍ତୁ ଗୋଟିଏ ପ୍ରସଙ୍ଗ ତିଆରି କରାଯାଉଛି ଯେ, ସିଏଏ ଭାରତର ମୁସଲମାନମାନଙ୍କ ବିରୋଧୀ। ମାତ୍ର ସିଏଏ କାହାର ବିରୋଧୀ ନୁହେଁ ବରଂ ଯୋଡ଼ିବାର ବ୍ୟବସ୍ଥା। ୩ଟି ଦେଶର ସଂଖ୍ୟାଲଘୁଙ୍କୁ ଯୋଡ଼ିବାର ବ୍ୟବସ୍ଥା। ଭାରତରେ ଥିବା ଜଣେ ହେଲେ ଭାରତୀୟ ମୁସଲମାନ ନା ଏଠାରୁ ଯିବେ ନା ଆଗକୁ ଯିବାର ସମ୍ଭାବନା ଅଛି। ସମସ୍ତେ ଏହି ଭାରତରେ ହିଁ ରହିବେ। ତେଣୁ ସିଏଏକୁ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରୁଛି ବୋଲି ଧର୍ମେନ୍ଦ୍ର କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories