www.samajalive.in
Monday, December 8, 2025
13.1 C
Bhubaneswar

ଘରକୁ ଆଣନ୍ତୁ ଖ୍ରୀଷ୍ଟମାସ ଟ୍ରି, ଦୂର ହେବ ବାସ୍ତୁ ଦୋଷ

ଡିସେମ୍ବର ୨୫ ତାରିଖରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ। ଏହା ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ସବୁଠାରୁ ବଡ ପର୍ବ। ଏହି ଦିନରେ ଖ୍ରୀଷ୍ଟମାସ୍ ଟ୍ରି ର ବିଶେଷ ମହତ୍ତ୍ବ ରହିଥାଏ। ବହୁ ପୁରାତନ କାଳରୁ ଖ୍ରୀଷ୍ଟମାସ ଟ୍ରି କୁ ବିଶେଷ ଭାବରେ ସଜାଯାଏ। ଖ୍ରୀଷ୍ଟମାସ୍ ଟ୍ରି କୁ ନେଇ ଅନେକ ବିଶ୍ବାସ ମଧ୍ୟ ରହିଛି। ମାନ୍ୟତା ଅନୁଯାୟୀ, ଖ୍ରୀଷ୍ଟମାସ ଟ୍ରି ଘରକୁ ଆଣିବା ଏବଂ ସଜାଇବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ।
୧. ଖ୍ରୀଷ୍ଟମାସ ଅବସରରେ ଘରେ ଖ୍ରୀଷ୍ଟମାସ ଟ୍ରି ଅବଶ୍ୟ ଆଣନ୍ତୁ ଏବଂ ଏହାକୁ ଭଲ ଭାବରେ ସଜାନ୍ତୁ। ମନ୍ୟତା ଅନୁଯାୟୀ ଖ୍ରୀଷ୍ଟମାସ ଟ୍ରି କୁ ସଜାଇବା ଦ୍ବାରା ଭାଗ୍ୟ ସାଥ୍ ଦେବା ସହ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
୨. ତ୍ରିକୋଣ ଆକାର ବିଶିଷ୍ଟ ଖ୍ରୀଷ୍ଟମାସ ଟ୍ରି ଅଗ୍ନି ଦେବତାଙ୍କ ପ୍ରତୀକ ଏବଂ ଧରା ପୃଷ୍ଠରେ ଅଗ୍ନି ଦେବତା ସବୁ ବସ୍ତୁକୁ ଜୀବନ ଦାନ ପ୍ରଦାନ କରିବାକୁ ସକ୍ଷମ ବୋଲି ବିଶ୍ବାସ ରହିଛି।
୩. ମନ୍ୟତା ଅନୁଯାୟୀ ଘରେ ଖ୍ରୀଷ୍ଟମାସ ଟ୍ରି ଆଣିବା ଦ୍ବାରା ଜୀବନରୁ ସବୁ ପ୍ରକାର ଦୁଶ୍ଚିନ୍ତା ଦୂର ହୋଇଥାଏ।
୪. ଖ୍ରୀଷ୍ଟମାସ ଟ୍ରି ର ସଜାଇବା ବେଳେ ସେଥିରେ ଷ୍ଟାର ବା ତାରକା ବ୍ୟବହାର କରାଯାଏ। ଏପରି କରିବା ଦ୍ବାରା ଜୀବନରୁ ଅନ୍ଧାର ଦୂର ହୋଇ ମନରେ ଆଲୋକର ଆଶା ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ କରାଯାଏ।
୫. ଖ୍ରୀଷ୍ଟମାସ ଟ୍ରି ଉପରେ ଲଗାଯାଉ ଥିବା ଛୋଟ ଛୋଟ ସାନ୍ତାକ୍ଳଜ୍ ଏହା ସୂଚାଇ ଥାଏ ଯେ, ଜୀବନରେ ଛୋଟ ଛୋଟ ବସ୍ତୁରୁ ଆମକୁ ଅନେକ ଖୁସୀ ମିଳିଥାଏ।
୬. ଖ୍ରୀଷ୍ଟମାସ ଟ୍ରି ଉପରେ ଲାଗିଥିବା ରଙ୍ଗ ବେରଙ୍ଗ ଉପହାର ବା ଗିଫ୍ଟ ବକ୍ସ ଘରେ ଖୁସୀର ବାତାବରଣ ଏବଂ ସକରାତ୍ମକ ଶକ୍ତି ସୃଷ୍ଟି କରାଇଥାଏ ।

ଆଲେଖ୍ୟ : ବୈଜୟନ୍ତି ନାୟକ

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories