www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ବାସ୍ଥ୍ୟ ସହ କେଶର ଯାବତୀୟ ସମସ୍ୟା ଦୂର କରେ ଗୋଲମରିଚ

ଆଜିକାଲିର ବ୍ୟସ୍ତବହୁଳ ତଥା ଅନୀୟମିତ ଜୀବନଶୈଳୀ ଓ ପ୍ରଦୂଷଣ ଭରା ପରିବେଶ ପାଇଁ କେଶଜନିତ ଅନେକ ସମସ୍ୟା ଦେଖାଦେଉଛି। ଯାହାକୁ ନେଇ ବହୁତ ଲୋକ ଚିନ୍ତିତ। ହେଲେ କ’ଣ ଆପଣ ଜାଣନ୍ତି ଖାଦ୍ୟରେ ବ୍ୟବହୃତ ଗୋଲମରିଚ କେଶଜନିତ ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ? ଏହା ସ୍ବାସ୍ଥ୍ୟ ପକ୍ଷେ ଯେତିକି ଲାଭଦାୟକ କେଶ ପାଇଁ ମଧ୍ୟ ସେତିକି ଲାଭପ୍ରଦ। ତେବେ ଆସନ୍ତୁ ଜାଣିବା କେଶ ପାଇଁ ଗୋଲମରିଚର ବ୍ୟବହାର ଓ ଏହାର ଉପକାର ବିଷୟରେ-

କେଶକୁ ଧଳା ହେବାରୁ ରୋକେ: ୨ରୁ ୩ ଚାମଚ ଦହି ସହିତ ଏକ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହି ପ୍ୟାକ୍‌ ଲଗାଇବାର ୨୦ ମିନିଟ୍ ପରେ ଶାମ୍ପୁ କରିଦିଅନ୍ତୁ। ଦହି ଆପଣଙ୍କ କେଶକୁ ନରମ କରିବା ସହ ଗୋଲମରିଚରେ ଥିବା କପର୍ କେଶକୁ ଧଳା ହେବାରୁ ରୋକିଥାଏ।

- Advertisement -

ରୂପି ହୋଇ ନ ଥାଏ: ଅଲିଭ ଅଏଲ୍‌ରେ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାଇ ତାକୁ ମୁଣ୍ଡରେ ମାଲିସ୍ କରନ୍ତୁ। ପରଦିନ କେଶ ଧୋଇଦିଅନ୍ତୁ। ଏହା କେଶର ରୂପି ସମସ୍ୟା ଦୂର କରିଥାଏ। ଧ୍ୟାନ ରଖିବେ ଗୋଲମରିଚ ମାତ୍ରା ଯେମତି ଆବଶ୍ୟକଠାରୁ ଅଧିକ ନ ହୁଏ।

ଚନ୍ଦାପଣ ଦୂର କରେ: ଅଲିଭ ଅଏଲ୍‌ରେ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାଇ ଏକ ବନ୍ଦ ପାତ୍ରରେ ରଖି ଦିଅନ୍ତୁ। ଦୁଇ ସପ୍ତାହ ପରେ ଏହାକୁ କାଢ଼ି ମୁଣ୍ଡରେ ଲଗାନ୍ତୁ। ୩୦ ମିନିଟ୍ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଚନ୍ଦାପଣ ଦୂର ହୋଇଥାଏ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories